ମୟୁରଭଞ୍ଜ : ନିଆଁରେ ପୋଡିହୋଇ ୩ ଜୀବନ୍ତ ଦଗ୍ଧ । ନିଆଁ ଲାଗି ଜଳିଗଲେ ମାଆ ସହ ୨ ଶିଶୁ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଉଞ୍ଚଗା ଗ୍ରାମରେ । ବାପାକୁ ଅଟକ ରଖି ଝାରପୋଖରିଆ ପୋଲିସର ତଦନ୍ତ ଜାରି ରହିଛି ।
ରାତିରେ ଖାଇ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜୀବନ୍ତ ଦଗ୍ଧ ହେଇଥିବା ଘଟଣା ସମଗ୍ର ଜିଲ୍ଲାରେ ଚହଳ ଖେଳିଯାଇଛି । ଉଞ୍ଚଗା ଗ୍ରାମର ଛାବାଲ ମାର୍ଣ୍ଡିଙ୍କ ପୁଅ ମଙ୍ଗଲ ମାର୍ଣ୍ଡି ଗତ କାଲି ରାତିରେ ଖାଇ ସାରିବା ପରେ ସ୍ତ୍ରୀ ସୁରୁକୁନି ମାର୍ଣ୍ଡି, ଝିଅ ସରିତା ମାର୍ଣ୍ଡି ୫ ବର୍ଷ ଓ ୩ ମାସର ପୁଅ ଗୋଟିଏ ଘରେ ଶୋଇଥିଲେ । ତେବେ ରାତି ପ୍ରାୟ ୨ଟା ସମୟରେ ହଠାତ୍ ଘରେ ନିଆଁ ଲାଗି ଯାଇଥିଲା । ସାରସକଣା ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ସେତେବେଳକୁ ଦୁଇ ଶିଶୁ ଓ ଜଣେ ମହିଳା ସମ୍ପୂର୍ଣ୍ଣ ପୋଡି ଯାଇଥିଲେ ।
Comments are closed.