Latest Odisha News

BREAKING NEWS

ବ୍ରିଟ୍ରେନରେ ଫୁଲ ସ୍ପିଡରେ ମାଡୁଛି ଓମିକ୍ରନ୍, ଆଗକୁ ସାଂଘାତିକ ହୋଇପାରେ

ଲଣ୍ଡନ: ଓମିକ୍ରନ ସାରା ବିଶ୍ୱକୁ ଡରାଇଛି । ୭୭ ଦେଶରେ କାୟା ମେଲାଇଛି । ବ୍ରିଟେନରେ ମାଡ଼ି ଚାଲିଛି । ପ୍ରତିଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ପ୍ରତି ଦୁଇ ତିନି ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ହେଉଛି । ବର୍ତ୍ତମାନ ସୁଦ୍ଧା ୫୦୦୦ ଲୋକ ଓମିକ୍ରନରେ ସଂକ୍ରମିତ ହେଲେଣି । ଜଣେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେଠାକାର ବିଶେଷଜ୍ଞ ଆକଳନ କରୁଛନ୍ତି ଆଗକୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବ୍ରିଟେନରେ ୨ଲକ୍ଷ ପାର କରିଯିବ ।

ଗତ ୨୪ ଘଣ୍ଟାରେ ବ୍ରିଟେନରେ ୫୯ହଜାର ନୂଆ କରୋନା ଆକ୍ରାନ୍ତ ବାହାରିଛନ୍ତି । ଜାନୁଆରୀ ୯ ତାରିଖ ପରେ ସର୍ବାଧିକ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ପଜିଟିଭ୍ କେସ୍ ବଢୁଛି । ବ୍ରିଟ୍ନେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଆଗକୁ କେସ୍ ଅଧିକ ବଢ଼ିବ । ଅନ୍ୟ ଭାରିଆଣ୍ଟ ତୁଳନାରେ ମାରାତ୍ମକ ନୁହେଁ । କିନ୍ତୁ ଦ୍ରୁତ ମାଡୁଛି । ନିୟନ୍ତ୍ରଣ ବାହାରକୁ ଚାଲିଗଲେ ହସ୍ପିଟାଲରେ ସ୍ଥିତି ଉଦବେଗଜନକ ହୋଇପାରେ ।

କରୋନାର ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଟେନରେ ଟିକାର ବୁଷ୍ଟର ଡୋଜ୍ ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ସମସ୍ତ ବୟସ୍କଙ୍କୁ ଚଳିତମାସ ଶେଷ ସୁଦ୍ଧା ବୁଷ୍ଟର ଟିକା ଦେବାକୁ ଟାର୍ଗେଟ ରଖିଛନ୍ତି ସରକାର ।

ସେହିପରି ଅନ୍ୟ ବୟସ୍କ ବର୍ଗଙ୍କୁ ବି ବୁଷ୍ଟର ଡୋଜ୍ ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବି ଚେତେଇ ଦେଇଛି, ଓମିକ୍ରନ୍ ଅଧିକ ସଂକ୍ରାମକ । ଏହି ନୂଆ ଭାରିଆଣ୍ଟ ଆଗରେ ଟିକା କେମିତି କାମ କରୁଛି ସେନେଇ ଗବେଷଣା ଚାଲିଛି ।

Leave A Reply

Your email address will not be published.