Latest Odisha News

BREAKING NEWS

ଶରଣାର୍ଥୀ ଶିଶୁ ମୃ୍‌ତ୍ୟୁ ଘଟଣାରେ ୩ ଅଭିଯୁକ୍ତଙ୍କୁ ୧୨୫ ବର୍ଷ ଲେଖାଏଁ ସଜା

ଅଙ୍କରା: ସିରିୟା ଗୃହଯୁଦ୍ଧ ଶରଣାର୍ଥୀ ଶିଶୁ ଏଲନ କୁର୍ଦି ମୃତ୍ୟୁ ଘଟଣାରେ ୩ ଅଭିଯୁକ୍ତଙ୍କୁ ସ୍ଥାନୀୟ କୋର୍ଟ ୧୨୫ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛି । ତୁର୍କୀ ସରକାର ଏହି ୩ ଅଭିଯୁକ୍ତଙ୍କୁ ମାନବ ଚୋରା ଚାଲାଣ ଘଟଣାରେ ଚଳିତ ସପ୍ତାହରେ ଗିରଫ କରିଥିଲା । ସେପ୍ଟମ୍ବର ୨୦୧୫ରେ ତୁର୍କୀର ବୋଡରମ ସମୁଦ୍ର କୂଳରେ ଗୋଟିଏ ନିରୀହ ଶିଶୁର ମୃତ ଶରୀର ମିଳିଥିଲା । ଏହି ଫଟୋ ପ୍ରକାଶ ପାଇବା ପରେ ସାରା ବିଶ୍ୱର ମାନବିକତା ମୂଲ୍ୟବୋଧ ରଖିଥିବା ବ୍ୟକ୍ତିଙ୍କ ଆଖିରେ ଲୁହ ଆସି ଯାଇଥିଲା । ସିରିୟା ଗୃହଯୁଦ୍ଧ ସମୟରେ ଅନ୍ୟ ଦେଶରେ ଶରଣ ନେବା ପାଇଁ ଅବଦୁଲ୍ଲା ତାଙ୍କ ପତ୍ନୀ ଓ ଶିଶୁକୁ ନେଇ କରି ଯାଉଥିବା ବେଳେ ଡଙ୍ଗାଟି ବୁଡି ଯାଇଥିଲା । ଏଥିରେ ମାଆ ଓ ଶିଶୁ (ଏଲନ କୁର୍ଦି) ପାଣିରେ ବୁଡି ମୃତ୍ୟୁବରଣ କରିଥିଲେ । ଏହି ଘଟଣା ପରେ ଅବଶ୍ୟ ସାମୟିକ ଭାବେ ଶରଣାର୍ଥୀମାନଙ୍କ ପାଇଁ କିଛି ଦିନ ଅନ୍ୟ ଦେଶର ଦ୍ୱାର ଖୋଲିଥିଲା ମାତ୍ର ପରେ ଏହା ବନ୍ଦ ହୋଇ ଯାଇଥିଲା ।

Leave A Reply

Your email address will not be published.