Latest Odisha News

BREAKING NEWS

କରୋନାଭାଇରସ ଆତଙ୍କ: ଗଣମାଧ୍ୟମଙ୍କୁ ଓଡିଶା ସରକାରଙ୍କ ଅପିଲ୍‌, ଏବେ ବ୍ରେକିଂ ନ୍ୟୁଜର ବେଳ ନୁହେଁ

ଭୁବନେଶ୍ୱର: କରୋନାଭାଇରସ୍ ସମ୍ବନ୍ଧୀୟ ଖବର ପରିବେଷଣ ସମୟରେ ଦାୟିତ୍ୱସମ୍ପନ୍ନ ହେବାକୁ ଓଡ଼ିଶା ସରକାର ସୋମବାର ଦିନ ଗଣମାଧ୍ୟମକୁ ନିବେଦନ କରିଛନ୍ତି।

ଏନେଇ କୋଭିଡ-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁରୋଧ କରି କହିଛନ୍ତି ଯେ ଏହି ଘଡିସନ୍ଧି ମୂହୁର୍ତ୍ତ ବ୍ରେକିଂ ନ୍ୟୁଜର ବେଳ ନୁହେଁ । ଏହିସମୟରେ ସମସ୍ତେ ସଚେତନ ହୋଇ କାର୍ଯ୍ୟକରିବାର ଆବଶ୍ୟକତା ରହିଛି।

“ଯଦି ଆମେ ବ୍ରେକିଂ ନ୍ୟୁଜ ପାଇବା ଲାଗି ଭିଡିଓ କ୍ୟାମେରା ଧରି ଡାକ୍ତରଖାନାରେ ପହଞ୍ଚିବା, ସେଠାରେ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହେବ । ଡାକ୍ତରଖାନାର କର୍ମଚାରୀ, ଯେଉଁମାନେ ରୋଗୀର ଚିକିତ୍ସା ପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବେ ନିୟୋଜିତ କରିଛନ୍ତି, ଯଦି ଆମେ ବ୍ୟକ୍ତିଗତ କିମ୍ବା ଫୋନରେ ବାଇଟ୍ ଦେବାକୁ ସେମାନଙ୍କୁ କହିବା, ତେବେ ଆମେମାନେ ରୋଗୀର ଜୀବନକୁ ଏକପ୍ରକାର ବିପଦରେ ପକାଉଛୁ । ଆହୁରି ମଧ୍ୟ ପରିବାର ସଦସ୍ୟଙ୍କ ବାଇଟ୍ ସେମାନଙ୍କ ଘରେ ନେଇ ଆମେ ସେମାନଙ୍କ ଜୀବନକୁ ମଧ୍ୟ ବିପଦରେ ପକାଉଛୁ” ବୋଲି ଶ୍ରୀ ବାଗଚି କହିଛନ୍ତି।

ଏହାବ୍ୟତିତ ରୋଗୀର ପରିଚୟ ପ୍ରକାଶ ନକରିବାକୁ ଗଣମାଧ୍ୟମକୁ ଅନୁରୋଧ କରି ସେ କହିଛନ୍ତି, ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦେବାକୁ ପଡିବ।

“ଏହା ଅନ୍ୟ କୌଣସି ସାମାନ୍ୟ ରୋଗ ପରି ନୁହେଁ। ଯେହେତୁ ଏହା ମହାମାରୀର ରୂପ ନେଉଛି ଏବଂ ବିଶ୍ୱରେ ପ୍ରଥମ ଥର ପାଇଁ ଘଟିଛି, ସେଥିପାଇଁ ଆମ ସମସ୍ତଙ୍କୁ ମାନବିକତା ରକ୍ଷାକରି ପରିସ୍ଥିତିର ମୁକାବିଲା କରିବାକୁ ପଡିବ । ଯଦି କେହି ଗଣମାଧ୍ୟମ ଏଥିରୁ ବିଚ୍ୟୁତ ହୁଅନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ” ।

Leave A Reply

Your email address will not be published.