Latest Odisha News

BREAKING NEWS

୨୪୦୦ କୋଟି ଟଙ୍କାରେ ଆମ୍ରି ହସ୍ପିଟାଲକୁ କିଣିବ ମନିପାଲ

ମୁମ୍ବାଇ:ଦୀର୍ଘଦିନ ଧରି ଚାଲିଥିବା ବିବାଦ ଏବଂ ନ୍ୟାୟିକ ଯୁଦ୍ଧ ପରେ ଶେଷରେ ମନିପାଲ ହେଲ୍ଥ ଏଣ୍ଟରପ୍ରାଇଜେସ ଆମ୍ରି ହସ୍ପିଟାଲକୁ କିଣିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ଏଥିପାଇଁ ୨୪୦୦ କୋଟିର ଡିଲ ହୋଇଛି । ଚୁକ୍ତି ଅନୁଯାୟୀ ମନିପାଲ ପ୍ରଥମ ପର୍ଯ୍ୟାୟରେ  ୭୫ ପ୍ରତିଶତ ଅର୍ଥ ପ୍ରଦାନ କରିବ । ବାକି ଦେୟ ବର୍ଷକ ପରେ ଦେବ ।

ଆମ୍ରି ହସ୍ପିଟାଲକୁ କିଣିବା ପରେ ଏହାକୁ ଅଧିକ ପ୍ରସାରଣ କରିବ ମନିପାଲ । ହସ୍ପିଟାଲରେ ଆହୁରି ୧୨୦୦ ବେଡ ବୃଦ୍ଧି କରାଯିବ । ଏହାକୁ ମିଶାଇଲେ ଆମ୍ରିର ବେଡ ସଂଖ୍ୟା ୯ ହଜାର ୫ ଶହକୁ ବୃଦ୍ଧି ପାଇବ । ଏହାକୁ ଭାରତର ସବୁଠାରୁ ବଡ ହସ୍ପିଟାଲ କରିବାର ଯୋଜନା ରଖାଯାଇଛି। ପୂର୍ବାରୁ ଆମ୍ରିର ବେଡ ସଂଖ୍ୟା ୮ ହଜାର ୩୦୦ ଥିଲା ।

ଏହି ହସ୍ପିଟାଲ ଅଧିଗ୍ରହଣ ନେଇ  ୨୦୧୮ରେ ଇମାମି  ଗ୍ରୁପ ସହ ମନିପାଲର ବୁଝାମଣା ଚାଲିଥିଲା ।  ଗତବର୍ଷ ମନିପାଲ ଆମ୍ରିକୁ ୧୮୦୦ କୋଟିରେ କିଣବା ପାଇଁ ରାଜି ହୋଇଥିଲା । ହେଲେ କୋଲକାତାର ଇମାମି ଗ୍ରୁପ ଏହି ଚୁକ୍ତିନାମାରୁ ଓହରି ଯାଇଥିଲା ।

ବୁଝାମଣା ପ୍ରକ୍ରିୟା  ଚାଲିଥିବାବେଳେ  ଇମାମି ଆମ୍ରିର ଅଂଶଧନକୁ  ତୃତୀୟ ପାର୍ଟିକୁ ହସ୍ତାନ୍ତର ବା ପରିଚାଳନା ଦାୟିତ୍ୱ ହସ୍ତାନ୍ତ ନ କରିବା ପାଇଁ ମନିପାଲ  ୨୦୨୨ ନଭେମ୍ବରରେ  ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଏବେ ଉଭୟ ପାର୍ଟି ମଧ୍ୟରେ ଆଲୋଚନା ପରେ ଡିଲ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମନିପାଲ ଆମ୍ରି ହସ୍ପିଟାଲର ମୂଲ୍ୟ ୩୩ ପ୍ରତିଶତ ବୃଦ୍ଧି କରିବା ପରେ  ଏହାକୁ କିଣିବା ପାଇଁ ରାଜିନାମା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହା ପରେ ଇମାମୀ ଗ୍ରୁପ ବିରୋଧରେ ହୋଇଥିବା ସମସ୍ତ କେଶକୁ ପତ୍ୟାହାର କରି ନିଆଯାଇଛି ।

Leave A Reply

Your email address will not be published.