Latest Odisha News

BREAKING NEWS

ଚାଲିଥିଲା ବେଆଇନ ଶୁଆ ଚୋରା ଚାଲାଣ; ମାଡ଼ି ବସିଲା ବନ ବିଭାଗ, ୨ ଗିରଫ

ରାଉରକେଲା: ଚାଲିଥିଲା ବେଆଇନ୍ ଶୁଆ ବିକ୍ରି, ମାଡ଼ିବସିଲା ବନବିଭାଗ । ଏଭଳି ଘଟଣା ଘଟିଛି ରାଉରକେଲାର ସ୍ଥାନୀୟ । ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ରାଉରକେଲା ପୋଲିସ ।

ମିଳିଥିବା ଖବର ଅନୁସାରେ, ରାଉରକେଲା ସହରର ଇନ୍ଦିରାଗାନ୍ଧୀ ପାର୍କ ନିକଟ ନାଲା ରୋଡ଼ ଅଞ୍ଚଳରୁ ଏକ ଘରେ ବେଆଇନ୍ ଶୁଆ ରଖି ବିଭିନ୍ନ ଜାଗାକୁ ବସ୍ ଯୋଗେ ଚାଲାଣ କରୁଥିଲେ ଦୁର୍ବୁତ୍ତ । ବିଶେଷ ସୂତ୍ରରୁ ଖବରପାଇ ଛକି ରହିଥିଲା ବନ ବିଭାଗ । ଶୁଆ ଚାଲାଣ ବେଳେ ଦୁର୍ବୁତ୍ତଙ୍କୁ ମାଡି ବସିଲା ବନ ବିଭାଗ । ଦୁଇ ଜଣ ଗିରଫ ହୋଇଥିବାବେଳେ, ଆଉ ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ଘଟଣାରେ ରାଉରକେଲା ସହରରୁ କଟକ, ଭୁବନେଶ୍ୱର, ଛତିଶଗଡ଼, ରାୟପୁର ଭଳି ସ୍ଥାନକୁ ଶୁଆ ଚାଲାଣ କରୁଥିଲେ । ସମୁଦାୟ ୮୨ଟି ଶୁଆ ଉଦ୍ଧାର ହୋଇଥିବାବେଳେ, ପ୍ରତ୍ୟେକ ଶୁଆକୁ ୩ ରୁ ୫ ହଜାର ଟଙ୍କା ମୂଲ୍ୟରେ ବ୍ରିକି କରୁଥିବା କହିଛନ୍ତି ଗିରଫ ଅଭିଯୁକ୍ତ ।

Leave A Reply

Your email address will not be published.