Latest Odisha News

ରାଜ୍ୟରେ ବଦଳିବ ପାଣିପାଗ, କମିବ ଶୀତ

ଭୁବନେଶ୍ୱର: ପୁଣି ଶୀତରେ ଥରୁଛି ସାରା ଓଡ଼ିଶା । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ବର୍ଷା ପରେ ଶୀତ ବଢ଼ିଛି । ରାଜ୍ୟରେ ବଦଳିବ ପାଣିପାଗ । ଏବେ ପୁଣି ତାପମାତ୍ରା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତାପମାତ୍ରା ବଢ଼ିଲେ ଜାଡ଼ କମିବ । ୭ତାରିଖ ପରେ ରାଜ୍ୟରେ ସ୍ୱାଭାବିକଠାରୁ ୩ରୁ ୪ ଡ଼ିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ଜଣାପଡ଼ିଛି ।

ଚାରି ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ଶୁଖିଲା ରହିବ ପାଗ । ଜାଡ଼ କମିବା ସହ ଘନ କୁହୁଡ଼ି ଦେଖିବାକୁ ମିଳିବ ।ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ଜାରି ରହିବ । କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିିଂ ଜାରି କରାଯାଇଛି । କିଛି ସ୍ଥାନରେ ସକାଳୁ ସକାଳୁ କାଲୁଆ ପବନ ବୋହୁଛି । ନିଆଁ ଜାଳି ବସୁଥିବା ଦେଖିବାକୁ ମିଳୁଛି ।

Comments are closed.