Latest Odisha News

BREAKING NEWS

ସାଙ୍ଗ ବାହାଘରକୁ ଯାଉଥିଲେ ୩ ସାଙ୍ଗ, ବାଟରେ ଜୀବନ ନେଇଗଲା ଯମ

ଅନୁଗୁଳ: ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପରିବା ବୋଝେଇ ପିକଅପ୍ ଭ୍ୟାନ୍ ଧକ୍କାରେ ୩ ଜଣ ଯୁବକ ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି ।

ସୂଚନା ଅନୁସାରେ, ବାଇକରେ କୁଳେଇ ଗାଁର ୩ ଜଣ ଯୁବକ କୌଣସି କାମରେ ଜରପଡ଼ା ଆଡ଼କୁ ଯାଉଥିଲେ । ସେହି ସମୟରେ ଅନୁଗୁଳ ଆଡ଼କୁ ଯାଉଥିବା ଏକ ପିକଅପ୍ ଭ୍ୟାନ୍ ବାଇକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ କୁଳେଇ ଗାଁର ସିପୁ ପ୍ରଧାନ, ସୁନୀଲ ସାହୁ ଓ ମାନସ ବେହେରାଙ୍କ ମୃତ୍ୟୁ ହୋଇଛି । ଜରପଡା ପୋଲିସ ଦୁର୍ଘଟଣାର ତଦନ୍ତ କରୁଛି ।

୩ ସାଙ୍ଗ ଏକ ବାଇକ୍ ଯୋଗେ କଞ୍ଜରାକୁ ସାଙ୍ଗ ବାହାଘରକୁ ଯାଉଥିଲେ । ସେହି ସମୟରେ ସାନ୍ତରାପୁର ଛକ ନିକଟରେ ପୁରୁଣାଗଡ଼ ଆସୁଥିବା ଏକ ପିକଅପ୍ ସହ ବାଇକ୍ ମୁହାଁମୁହିଁ ହୋଇଥିଲା ।

Leave A Reply

Your email address will not be published.