Latest Odisha News

ବର୍ଡର-ଗାଭାସ୍କର ଟ୍ରଫି: ଅଳ୍ପକେ ଦ୍ୱିଶତକ ହାସଲରୁ ବଂଚିତ ହେଲେ କୋହଲି

ଅହମ୍ମଦାବାଦ: ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ଟେଷ୍ଟ ୪ର୍ଥ ଦିବସ ବିରାଟ କୋହଲି କମାଲ କରିଛନ୍ତ । ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ସେ ୧୮୬ ରନର ଇନିଂସ ଖେଳି ଅଳ୍ପକେ ଦ୍ୱିଶତକ ହାସଲରୁ ବଂଚିତ ହୋଇଛନ୍ତି । କୋହଲିଙ୍କ ଇନିଂସ ବଳରେ ଅଷ୍ଟ୍ରେଲିଆର ୪୮୦ ରନ ଜବାବରେ ଭାରତ ୫୭୧ ରନ କରିଛି । ଏଥିସହ ଘରୋଇ ଦଳ ୯୧ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିନେଇଛି । ଷ୍ଟମ୍ପସ ଅପସରଣ ବେଳକୁ ଅଷ୍ଟ୍ରେଲିଆ କୌଣସି ୱିକେଟ ନ ହରାଇ ୩ ରନ କରିଛି । ପୂର୍ବରୁ ଶୁଭମନ ଗିଲ ୧୨୮, ଅକ୍ଷର ପଟେଲ ୭୯, ଶ୍ରୀକର ଭରତ ୪୪ ରନର ଇନିଂସ ଖେଳିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ନାଥାନ ଲାୟନ ଓ ଟଡ ମର୍ଫି ୩ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ୧୨୦୫ ଦିନ ପରେ କୋହଲିଙ୍କ ଶତକ ତାଙ୍କ ପ୍ରଶଂସକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି ।

୨୩ ନଭେମ୍ବର ୨୦୧୯ରେ ସେ ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିଥିଲେ । କୋହଲିଙ୍କ ୭୫ ତମ ଆନ୍ତର୍ଜାତୀୟ ଶତକ ଥିଲା । ସେ ଟେଷ୍ଟରେ ୨୮ତମ, ଦିନିକିଆରେ ୪୬ ଓ ଟି୨୦ରେ ଗୋଟିଏ ଶତକ ଅର୍ଜନ କରିଛନ୍ତି । ଆଉ ଗୋଟିଏ ଦିନ ହାତରେ ଥିବାରୁ ମ୍ୟାଚ ଡ୍ର ଅଭିମୁଖେ ଗତି କରିଛି । ଭାରତ ୪ମ୍ୟାଚ ବିଶିଷ୍ଟ ସିରିଜରେ ୨-୧ର ଅଗ୍ରଣୀ ହାସଲ କରି ସୁବିଧାଜନକ ସ୍ଥିତିରେ ରହିଛି ।

Leave A Reply

Your email address will not be published.