Latest Odisha News

BREAKING NEWS

ବଢିଲା ମୃତ୍ୟୁ ସଂଖ୍ୟା, ୩୧ ମାଓବାଦୀ ନିହତ

ମାଲକାନଗିରି: ଛତିଶଗଡ଼ର ବିଜାପୁରରେ ଆଜି ସକାଳୁ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଏନକାଉଣ୍ଟରରେ ୩୧ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ୨ଜଣ ଯବାନ ସହିଦ ହୋଇଥିବା ଖବର ମିଳିଛି । ଇନ୍ଦ୍ରାବତୀ ବ୍ୟାଘ୍ର ସଂରକ୍ଷଣ ଜାତୀୟ ଉଦ୍ୟାନ ଅଞ୍ଚଳରେ ଚାଲିଛି ଏନକାଉଣ୍ଟର । ମାଓବାଦୀ ବିରୋଧି ଏହି ଅପରେସନରେ ନିୟୋଜିତ ଅଛନ୍ତି ଡିଆରଜି ଏବଂ ଏସଟିଏଫ ଦଳ । ମାଓବାଦୀ ନିହତ ନେଇ ସୂଚନା ଦେଇଛନ୍ତି ବିଜାପୁର ଏସପି । ଏଥିସହ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ବସ୍ତର ପୋଲିସର ସୂଚନା ଅନୁସାରେ, ବିଜାପୁର ଜିଲ୍ଲା ଜାତୀୟ ଉଦ୍ୟାନ ଅନ୍ତର୍ଗତ ଜଙ୍ଗଲରେ ସୁରକ୍ଷା ବାହିନୀଙ୍କ ଗୁଳିରେ ୩୧ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏବେ ବି ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି। ତେବେ ଆଗକୁ ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା ରହିଛି । ସେପଟେ ମାଓବାଦୀଙ୍କ ଗୁଳିରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ ଏୟାରଲିପ୍ଟ କରାଯାଇଛି ।

 

Comments are closed.