Latest Odisha News

ସାଇ ଜାତୀୟ ସେଂଟରରେ ୩୧ ହକି ଖେଳାଳି କରୋନା ସଂକ୍ରମିତ

ନୂଆଦିଲ୍ଲୀ: ବାଙ୍ଗାଲୋରରେ ଥିବା ସାଇ ଜାତୀୟ ସେଂଟରେ ପ୍ରଶିକ୍ଷଣ ନେଉଥିବା ୩୧ ହକି ଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏଥିରେ ୧୫ ମହିଳା ଓ ୧୬ ପୁରୁଷ ଖେଳାଳି ସାମିଲ । ଏମାନଙ୍କ ବ୍ୟତୀତ ଜଣେ କୋଚ ମଧ୍ୟ ସଂକ୍ରମିତ ହୋଇଛନ୍ତି । ୧୨୮ଜଣଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । ଦକ୍ଷିଣ ଆଫ୍ରିକାରେ ଖେଳାଯିବାକୁ ଥିବା ପୁରୁଷ ଏଫଆଇଏଚ ପ୍ରୋ ଲିଗ ପାଇଁ ଏଠାରେ ଭାରତୀୟ ଦଳ ଅଭ୍ୟାସ କରୁଥବା ବେଳେ ମହିଳାମାନେ ଜୁନିୟର ବିଶ୍ୱକପ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

ସଂକ୍ରମିତ ସମସ୍ତ ଖେଳାଳି ସୁସ୍ଥ ଅଛନ୍ତି ଏବଂ ସେମାନଙ୍କୁ ଆଇସୋଲେଟ କରି ରଖାଯାଇଛି । ତେବେ କେଉଁମାନେ ସଂକ୍ରମିତ ହୋଇଛନ୍ତି ସାଇ ପକ୍ଷରୁ ସେମାନଙ୍କ ନାମ ଘୋଷଣା କରାଯାଇ ନାହିଁ ।

Comments are closed.