Latest Odisha News

BREAKING NEWS

[ଭିଡ଼ିଓ ] ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଶେଷ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଆଜି ଥିଲା ଶେଷ ଦିନ । ଏଥିପାଇଁ କୋଭିଡ୍ କଟକଣାରେ କଟକରେ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ ମାନେ । ସମିତି ସଭ୍ୟ, ସରପଞ୍ଚ, ୱାର୍ଡ ମେମ୍ବର ଏବଂ ଜିଲ୍ଲା ପରିଷଦ ସଭ୍ୟମାନେ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ପ୍ରାର୍ଥୀ ଏବଂ ପ୍ରାର୍ଥିନୀ ମାନେ ନିଜର ପରିଚୟପତ୍ର ସହ ଜରୁରୀ ଡକ୍ୟୁମେଣ୍ଟ୍ ବ୍ଲକ୍ ବିଡିଓ ଙ୍କ ନିକଟରେ ଦାଖଲ କରିଥିଲେ । ତେବେ ନିଜ ଅଞ୍ଚଳର ସମସ୍ୟାକୁ ନେଇ ଭୋଟରଙ୍କ ନିକଟକୁ ଯିବେ ବୋଲି କହିଛନ୍ତି ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଥିବା ପ୍ରାର୍ଥୀ ଏବଂ ପ୍ରାର୍ଥିନୀ ।

ତେବେ କଟକ ଜିଲ୍ଲାରେ ୧୪ ଗୋଟି ବ୍ଲକରେ ୩୭୩ ପଞ୍ଚାୟତ ଏବଂ ୪୬ ଟି ଜିଲ୍ଲା ପରିଷଦ ଜୋନ୍ ରେ ତ୍ରିସ୍ତରୀୟ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ନିର୍ବାଚନକୁ ମୁକ୍ତ ଓ ଅବାଧରେ କରିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ ।

ସୁବର୍ଣ୍ଣପୁର ଜିଲ୍ଲାର ୧୦୯ ଗୋଟି ପଂଚାୟତରେ ନାମାନଙ୍କ ପତ୍ର ଦାଖଲ ଶେଷ ହୋଇଥିବା ବେଳେ ଆଜି ଶେଷ ଦିନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜିଲ୍ଲାର ୧୩ ଗୋଟି ଜିଲ୍ଲାପରିଷଦ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି । ସୋନପୁର ବିଧାନସଭା ନର୍ବାଚନ ମଣ୍ଡଳୀର ଜିଲ୍ଲାପରିଷଦ ସଭ୍ୟମାନେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କ ପତ୍ର ଦାଖଲ କରିଛନ୍ତି । ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀର ସଭ୍ୟମାନେ ବୀରମହାରାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

କୋଭିଡ଼ କଟକଣା ଭିତରେ ସୁରୁଖୁରୁରେ ବିଭିନ୍ନ ସ୍ଥାନରେ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି ।

 

Comments are closed, but trackbacks and pingbacks are open.