Latest Odisha News

ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ଆଜିଠୁ ଦେବ ନିମନ୍ତ୍ରଣ

ପୁରୀ : ଆସନ୍ତା ଜାନୁଆରୀ ମାସ ୧୭ ତାରିଖରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ  । ଏଥିଲାଗି ଆଜିଠାରୁ ଆରମ୍ଭ ହେବ ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ  । ଭାରତବର୍ଷର ବିଭିନ୍ନ ମନ୍ଦିର , ୪ ଧାମ ଏବଂ ୧୨ଟି ଜ୍ୟୋର୍ତିଲିଙ୍ଗ , ଦାରୁ ଆସିଥିବା ବିଭିନ୍ନ ସ୍ଥାନ କୁ ଯାତ୍ରା କରିବେ ଶ୍ରୀମନ୍ଦିରର ସେବାୟତ ଓ ଅଧିକାରୀ । ଏ ନେଇ ସକାଳୁ ୮ଟାରେ ଦେଶ ତଥା ଦେଶ ବାହାରର ବିଭିନ୍ନ ମୁଖ୍ୟ ମନ୍ଦିରର ପ୍ରମୂଖ ସ୍ଥାନକୁ ନିମନ୍ତ୍ରଣ ପତ୍ର ନେଇ ବାହାରିଛନ୍ତି ୩୦ରୁ ଉର୍ଦ୍ଧ୍ବ  ପ୍ରତିନିଧି ଦଳ  ।

BjdElectrycity

ଏହାପୂର୍ବରୁ ଗତ ଗୁରୁବାର ଦିନ ପ୍ରଥମେ ଶ୍ରୀଜିଉଙ୍କ ଠାରେ କରାଯାଇଥିଲା ନିମନ୍ତ୍ରଣ ପତ୍ର ଲାଗି  । ନୀଳାଦ୍ରି ଭକ୍ତ ନିବାସ ଠାରୁ ଶ୍ରୀମନ୍ଦିର ର ସେବାୟତ ଓ ଅଧିକାରୀ ମାନଙ୍କର ଏକ ଟିମ୍ ବାହାରିବ  । ଲିଙ୍ଗରାଜ ମନ୍ଦିର ଦର୍ଶନ କରିବେ ଯାତ୍ରା ଆରମ୍ଭ କରିବେ ସେବାୟତ ଓ ଅଧିକାରୀମାନେ  । ପରିଚାଳନା କମିଟି ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.