Latest Odisha News

BREAKING NEWS

ଗୋଟିଏ ଦିନରେ ଭୁବନେଶ୍ୱରରେ ୩୧୯ ଆକ୍ରାନ୍ତ; ସୁସ୍ଥ ୩୫୩

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୧୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ଆକ୍ରାନ୍ତଙ୍କ ମଧ୍ୟରେ ୬୨ ଜଣ କ୍ୱାରେଣ୍ଟାଇନ୍ ଏବଂ ୨୫୭ଟି ସ୍ଥାନୀୟ ମାମଲା ରହିଛି ।

ସମସ୍ତ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଅପରପକ୍ଷରେ ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୩୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ମୋଟ୍ ୨୦,୫୩୮ କରୋନା ପଜିଟିଭ ମାମଲା ରହିଛି । ତନ୍ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୫୭୪ ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୧୬୮୬୪ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାଛଡା ୮୪ ଜଣଙ୍କର ମୃତ୍ୟୁ ଘଟିଛି ।

ଅଧିକ ପଢନ୍ତୁ- ଖୋର୍ଦ୍ଧାରେ ବ୍ରେକଫେଲ୍ କରୋନା: ଦିନକରେ ପାଖାପାଖି ହଜାର ସଂକ୍ରମିତ

Leave A Reply

Your email address will not be published.