Latest Odisha News

BREAKING NEWS

ସୋମବାରରୁ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେବ ରେଡିଓ ପାଠଶାଳା

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ସୋମବାରଠାରୁ ରାଜ୍ୟରେ ଆରମ୍ଭ ହେବ ରେଡିଓ ପାଠଶାଳା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ରେଡିଓ ଯୋଗେ ପାଠପଢ଼ା ହେବ ।

ସୋମବାରରୁ ଶୁକ୍ରବାର ସକାଳ ୧୦ ଟାରୁ ପାଠପଢା ହେବ । ରାଜ୍ୟର ସମସ୍ତ ରେଡିଓ ଷ୍ଟେସନରୁ ଏକ ସମୟରେ ପ୍ରସାରଣ ହେବ ।

କାର୍ଯ୍ୟକ୍ରମ ଶୁଣିବା ପରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଏ ନେଇ ମତାମତ ଦେବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି । ମତାମତ ଦେବାର ଠିକଣା ହେଲା ଯୁଗ୍ମ ନିର୍ଦ୍ଦେଶକ, ଏମଆଇଏସ୍ ଆଇସିଟି, ସେବା ଶିକ୍ଷା ସୌଧ, ଭୁବନେଶ୍ୱର ।

Leave A Reply

Your email address will not be published.