Latest Odisha News

BREAKING NEWS

ରାଜ୍ୟରୁ ଆଉ ୧୧୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଲଗାତର ପାଞ୍ଚ ଦିନ ଧରି ଦୁଇ ଶହ ଉପରେ ରହୁଛି ଆକ୍ରାନ୍ତ । କରୋନାର ଦ୍ବିତୀୟ ଲହରକୁ ନେଇ ଚିନ୍ତା ବଢ଼ିଥିବା ବେଳେ, ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୧୧୮ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

କଟକରୁ ସର୍ବାଧିକ ୨୬ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୧୬ ଜଣ, ଖୋର୍ଦ୍ଧାରୁ ୧୪, ସମ୍ବଲପୁରରୁ ୧୦, ମୟୂରଭଞ୍ଜରୁ ୮ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ନୂଆପଡ଼ାରୁ ୬, ଗଞ୍ଜାମରୁ ୫, ବାଲେଶ୍ବର ଓ କେରାପୁଟରୁ ୪ ଜଣ ଲେଖାଏଁ, ଭଦ୍ରକ, ଜଗତସିଂହପୁର, ଯାଜପୁର ଓ ପୁରୀରୁ ୩ ଜଣ ଲେଖାଏଁ, ବଲାଙ୍ଗିର, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏଁ, ଅନୁଗୁଳ, ବରଗଡ଼, କଳାହାଣ୍ଡି ଓ ରାୟଗଡ଼ାରୁ ଜଣେ ଲେଖାଏଁ ଓ ଷ୍ଟେଟ୍ ପୁଲରୁ ୩ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୩୬ ହଜାର ୮୦୯ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.