Latest Odisha News

କୋଭିଡ-୧୯ ଲକଡାଉନ ନିୟମ ଭାଙ୍ଗି ୩୪ ଗିରଫ, ୧୨ଟି ଗାଡି ଜବତ

ହଣ୍ଡୱାରା: କରୋନାକୁ ନେଇ ଆଜି ଠାରୁ ସାରା ଦେଶରେ ସମ୍ପୁର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । ଏହା ସତ୍ୱେ ଲୋକମାନେ ନିୟମ ଭାଙ୍ଗୁଛନ୍ତି । ଲକଡାଉନ ନିୟମ ଉଲ୍ଲଙ୍ଘନ କରିଥିବାରୁ ଜାମ୍ମୁ ଓ କାଶ୍ମୀରରେ ପାଖାପାଖି ୩୪ଜଣ ଗିରଫ ହୋଇଛନ୍ତି ଏବଂ ୧୨ଟି ଗାଡି ଜବତ କରାଯାଇଥିବା ଏନଆଇ ସୂତ୍ରରୁ ଜଣାପଡିଛି ।

କରୋନାଭାଇରସକୁ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଗତକାଲି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ଲକଡାଉନ ଘୋଷଣା କରିଥିଲେ । କରୋନାର ଭୟାବହତାକୁ ଦେଖି ୩ ସପ୍ତାହ କିମ୍ବା ୨୧ ଦିନ ପର୍ଯ୍ୟନ୍ତ ସାରା ଭାରତକୁ ଲକଡାଉନ ଘୋଷଣା କରିଛନ୍ତି । ଏହି ନିୟମର ପାଳନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ହାତ ଯୋଡି ଅପିଲ କରିଥିଲେ ।

Leave A Reply

Your email address will not be published.