Latest Odisha News

BREAKING NEWS

ତାମିଲନାଡୁରେ କରୋନା ନେଲା ପ୍ରଥମ ମୁଣ୍ଡ: ଭାରତରେ ମୃତ୍ୟୁ ସଂଖ୍ୟା ୧୧ କୁ ବୃଦ୍ଧି

ମଦୁରାଇ: ଦିନକୁ ଦିନ ଅଣାୟତ୍ତ ହେଉଛି ମାରାତ୍ମକ କରୋନା ଭାଇରସ । ଏହାର ପ୍ରଭାବରେ ତାମିଲନାଡୁରେ ପ୍ରଥମ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଏକ ଡାକ୍ତରଖାନାରେ ବୁଧବାର ସକାଳେ କରୋନାଭାଇରସରେ ସଂକ୍ରମିତ ଏହି ୫୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପ୍ରାଣ ହାନି ଘଟିଛି ।

BjdElectrycity

କରୋନା ସଂକ୍ରମଣରେ ତାମିଲନାଡ଼ୁରର ଏହା ପ୍ରଥମ ମୃତ୍ୟୁ ବୋଲି ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସି ବିଜୟବାସ୍କର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ମୃତ ବ୍ୟକ୍ତି ଜଣଙ୍କର “ଅନିୟନ୍ତ୍ରିତ ମଧୁମେହ” ସହିତ ଦୀର୍ଘ ସମୟ ଧରି ଅସୁସ୍ଥତା ଯୋଗୁଁ ଚିକିତ୍ସିତ ହେଉଥିଲେ ।

ତେବେ ଏହି ମୃତ୍ୟୁ ସହ ଭାରତରେ କରୋନା ଆକ୍ରାନ୍ତରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ପ୍ରକାଶ । ଦେଶରେ ଏବେ ୫୩୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୭ଟି କେସ ନୂଆ । ୪୦ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ବଢୁଥିବା କରୋନା ଭାଇରସ ସଂକ୍ରମଣରେ ଅଙ୍କୁଶ ଲଗାଇବା ପାଇଁ ଆସନ୍ତା ୨୧ ଦିନ ଯାଏଁ ଭାରତକୁ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି ।

Leave A Reply

Your email address will not be published.