Latest Odisha News

BREAKING NEWS

ଆଇପିଏଲ ୨୦୨୪: ୩୫ କୋଟିରୁ ଅଧିକ ଦର୍ଶକ ଟିଭିରେ ଦେଖିସାରିଲେଣି

ମୁମ୍ବାଇ: ଚଳିତ ଆଇପିଏଲରେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇବା ପରିଲକ୍ଷିତ ହୋଇଛି । ଏପରିକି ଟିଭିରେ ମଧ୍ୟ ଏହା ଗତ ସଂସ୍କରଣକୁ ପଛରେ ପକାଇ ଦେଇଛି । ରିପୋର୍ଟ ମୁତାବକ ପ୍ରଥମ ୧୦ ଦିନ ମୁକାବିଲାରେ ୩୫ କୋଟିରୁ ଅଧିକ ଦର୍ଶକ ଏହାକୁ ଉପଭୋଗ କରିଛନ୍ତି । ୧୬ଟି ସିଜନ ମଧ୍ୟରେ ଏତେ ଦର୍ଶକ ପୂର୍ବରୁ ଏହାକୁ ଦେଖି ନ ଥିଲେ । ୮୦୨୮ କୋଟି ମିନିଟ ୱାଚଟାଇମ ରହିଛି । ଯାହାକି ଗତ ସଂସ୍କରଣ ତୁଳନାରେ ୨୦ ପ୍ରତିଶତ ଅଧିକ । ଅଫିସିଆଲ ବ୍ରଡକାଷ୍ଟର ଡିଜନୀ ଷ୍ଟାର ଏହି ତଥ୍ୟ ପ୍ରଦାନ କରିଛି । ଆଇପିଏଲ ୧୦ଟି ଭାଷାରେ ପ୍ରସାରିତ ହେଉଛି । ଏହା ବ୍ୟତୀତ ମୂକ, ବଧୀର ଓ ଦୃଷ୍ଟିବାଧିତଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ପ୍ରସାରଣ ହେଉଛି ।

ବର୍ତମାନ ସୁଦ୍ଧା ଚଳିତ ଟୁର୍ଣ୍ଣାମେଂଟରେ କୌଣସି ଖେଳାଳି ଶତକ ହାସଲ କରି ନାହାନ୍ତି । ୨୬ ଅର୍ଦ୍ଧଶତକ ମରାଯାଇଛି । ସର୍ବାଧିକ ଦଳଗତ ସ୍କୋରର ରେକର୍ଡ ମଧ୍ୟ ଏହି ସିଜନରେ ଭାଙ୍ଗି ସାରିଛି । ବୁଧବାର ସୁଦ୍ଧା ୨୯୯ ଛକା ମରାଯାଇ ସାରିଛି । କେକେଆର ପଂଏଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିଥିବା ବେଳେ ରାଜସ୍ଥାନ ଓ ଚେନ୍ନାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.