Latest Odisha News

BREAKING NEWS

ଆଗାମୀ ସିଜନରୁ ମୁମ୍ବାଇ ପକ୍ଷରୁ ରୋହିତ ଖେଳି ନ ପାରନ୍ତି

ମୁମ୍ବାଇ: ଚଳିତ ଆଇପିଏଲରେ ରୋହିତ ଶର୍ମାଙ୍କୁ ହଟେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମହଙ୍ଗା ସାବ୍ୟସ୍ତ ହେବାରେ ଲାଗିଛି । ଦଳ ଏବେ କ୍ରମାଗତ ୩ଟି ମ୍ୟାଚରେ ପରାଜିତ ହୋଇ ଚାପରେ ରହିଛି । ରିପୋର୍ଟ ମୁତାବକ ଅସନ୍ତୁଷ୍ଟ ରୋହିତ ଏହି ସିଜନ ପରେ ମୁମ୍ବାଇ ଫ୍ରାଂଚାଇଜକୁ ଅଲବିଦା କହି ପାରନ୍ତି । ସେ ପରୋକ୍ଷରେ ଏ ସମ୍ପର୍କରେ ସୂଚନା ମଧ୍ୟ ଦେଇ ସାରିଛନ୍ତି । ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ୫ଥର ଟାଇଟଲ ହାସଲ କରିଛି । ତାଙ୍କ ଯେଉଁ ଭଳି ଶୈଳୀରେ ଅଧିନାୟକ ପଦରୁ ହଟାଗଲା ତାହା ଟିମକୁ ଦୁଇ ଭାଗରେ ଭାଗ କରି ଦେଇଥିଲା ।

ହାର୍ଦ୍ଦିକ ନେତୃତ୍ୱ ଦକ୍ଷତା ମଧ୍ୟ ପଦାରେ ପଡିବାରେ ଲାଗିଛି । ତାଙ୍କର କେତେକ ନିଷ୍ପତି ନେଇ ରୋହିତ ଅସନ୍ତୋଷ ବ୍ୟକ୍ତ କରିବା ପରେ ଡ୍ରେସିଂ ରୁମରେ ଉଭୟଙ୍କ ମଧ୍ୟରେ ଅଶାନ୍ତି ହୋଇଥିଲା । ଟିମ ଏକଜୁଟ ହୋଇ ରହି ନ ଥିବାରୁ ଏହା ବଡ ସମସ୍ୟା ସୃଷ୍ଟି କରୁଛି । କେତେକ ଘଟଣାରେ ପଡିଆରେ ମଧ୍ୟ ରୋହିତ ଓ ହାର୍ଦ୍ଦିକଙ୍କ ମଧ୍ୟରେ ବିବାଦ ଥିବା ଜଣା ପଡୁଛି ।

Leave A Reply

Your email address will not be published.