Latest Odisha News

BREAKING NEWS

ଢେଙ୍କାନାଳରେ ୩୬ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ଢେଙ୍କାନାଳ: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୩୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଢେଙ୍କାନାଳ ପ୍ରଶାସନ । ପ୍ରଶାସନର ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୭ଟି ସ୍ଥାନୀୟ ମାମଲା ରହିଛି । ଯେଉଁମାନଙ୍କୁ କି ଆଣ୍ଟିଜେନ୍ ଟେଷ୍ଟ ବେଳେ ଚିହ୍ନଟ କରା ଯାଇଥିଲା ।

ସେହିପରି ୫ ଜଣ ଢେଙ୍କାନାଳ ମୁନିସିପାଲିଟି, ଜଣେ ଭୁବନ ଏନଏସି, ଓଡପଡାରୁ ୨୪ ଜଣ, ଗୋଣ୍ଡିଆରୁ ୫ ଜଣ ଓ ସଦର ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତଙ୍କ ଚିହ୍ନଟ କରାଯାଇଛି ।

ଅଧିକ ପଢନ୍ତୁ- ଓଡିଶାର ୨୮ ଜିଲ୍ଲାରୁ ନୂଆ ୧୬୪୩ କରୋନା ଆକ୍ରାନ୍ତ ଚିହ୍ନଟ

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ୨୧୩ ଆକ୍ଟିଭ କେସ୍ ରହିଥିବା ବେଳେ ୩୧୭ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ମୋଟ୍ ୫୩୧ କରୋନା ମାମଲା ରହିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.