Latest Odisha News

BREAKING NEWS

ବିଶ୍ୱର ସବୁଠାରୁ ଲମ୍ବା ଗୀତ ଭାବେ ଗିନିଜ୍ ୱାର୍ଲ୍ଡ ରେକର୍ଡ କଲା ରାମଚରିତମାନସ

ନୂଆଦିଲ୍ଲୀ: ରାମଚରିତମାନସକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏବେ ଏହା ବିଶ୍ୱ ରେକର୍ଡ କରିଛି। ବିଶ୍ୱର ସବୁଠାରୁ ଲମ୍ବା ଗୀତ ହେବାରେ ଗିନିଜ୍‌ ବୁକ୍‌ ରେକର୍ଡ କରିଛି ରାମଚରିତମାନସ। ଏହାର ଶ୍ରେୟ ଯାଉଛି କାଶୀରେ ରହୁଥିବା କେରଳର ଜଗଦୀଶ ପିଲ୍ଲାଇଙ୍କୁ। ଶ୍ରୀ ପିଲ୍ଲାଇ ରାମଚରିତମାନସକୁ ଗୀତ ଭାବରେ ୧୩୮ ଘଣ୍ଟା ଗାଇ ଏହି ରେକର୍ଡ କରିଛନ୍ତି।

ରାମଚରିତମାନସରେ ଥିବା ୧୫ ହଜାରରୁ ଅଧିକ ଚୌପାଇକୁ ଯୋଡ଼ି ଶ୍ରୀ ପିଲ୍ଲାଇ ଗୀତ ଭଳି ଗାଇଥିଲେ। ତାଙ୍କର ଏହି ସଫଳତା ପାଇଁ ଉତ୍ତର ପ୍ରଦେଶର ମନ୍ତ୍ରୀ ଦୟା ଶଙ୍କର ମିଶ୍ର ତାଙ୍କୁ ଭେଟି ବଧେଇ ଜଣାଇବା ସହ ତାଙ୍କ କଣ୍ଠସ୍ଥ ରାମଚରିତମାନସ ଶୁଣିଛନ୍ତି।

ସୂଚନା ଅନୁସାରେ ଡ. ଜଗଦିଶ ପିଲ୍ଲାଇ ବାରଣସୀର ଲେଖକ ଓ ଗବେଷକ। ସେ ପୂର୍ବରୁ ମଧ୍ୟ ଅନେକ ରେକର୍ଡ ନିଜ ନାଁରେ କରିଛନ୍ତି। ହେଲେ ଏଥର ସେ ୧୩୮ ଘଣ୍ଟା ୪୧ ମିନିଟ ଓ ୨ ସେକେଣ୍ଡ ଲଗାତର ଚାଲିବା ଭଳି ରାମଚରିତମାନସର ଗୀତ ବନାଇଛନ୍ତି। ବର୍ତ୍ତମାନ ଏହା ବିଶ୍ୱର ସବୁଠାରୁ ଲମ୍ବା ଗୀତ ଭାବେ ଗିନିଜ ୱାର୍ଲ୍ଡ ରେକର୍ଡ କରିଛି। ଏହା ପୂର୍ବରୁ ଇଂଲଣ୍ଡର ମ୍ୟୁଜିକ ବ୍ୟାଣ୍ଡ ସବୁଠାରୁ ଲମ୍ବା ଗୀତ ଭାବରେ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲା। ୧୧୫ ଘଣ୍ଟା ୪୫ ମିନିଟର ଏହି ଗୀତ ଥିବା ବେଳେ ପିଲ୍ଲାଇ ବ୍ରିଟେନ୍ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

Leave A Reply

Your email address will not be published.