Latest Odisha News

ବିଶ୍ବବିଦ୍ୟାଳୟ ପରିସରରୁ ଅଟୋ ଚାଳକଙ୍କ ଝୁଲନ୍ତା ମର ଶରୀର ଉଦ୍ଧାର

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଗୁରୁବାର ସକାଳେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ କ୍ୟାମ୍ପସ ପରିସରରେ ପରିବାର ଲୋକଙ୍କ ସହ ରହୁଥିବା ଅଟୋଚାଳକ କାଳିଆ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଅନ୍ୟ ଦିନ ଭଳି ସେ ବୁଧବାର ରାତିରେ ଖାଇବା ପରେ ଶୋଇବାକୁ ଯାଇଥିଲେ। ଦିନ ୧୨ଟା ଯାଏ ସେ ନିଜ ରୁମରେ ଥିଲେ। ତା’ପରେ ସମସ୍ତ ସଦସ୍ୟ ମଧ୍ୟ ଶୋଇପଡ଼ିଲେ। ଗୁରୁବାର ସକାଳେ ପରିବାର ଲୋକେ ତାଙ୍କୁ ତାଙ୍କ ରୁମରୁ ପାଇନଥିଲେ। ଏହାପରେ ସେମାନେ ଏଣେତେଣେ ଖୋଜିଥିଲେ।

ଏହି ସମୟରେ ବାଣୀବିହାରର ଦୁଇ ଜଣ କର୍ମଚାରୀ କ୍ୟାମ୍ପସରେ ଥିବା ଜଗନ୍ନାଥ ମନ୍ଦିର ପଛପଟେ ଥିବା ଏକ ଗଛରେ ଏକ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ପରେ ଶବଟି କାଳିଆଙ୍କର ବୋଲି ଜଣାପଡ଼ିବା ପରେ ପରିବାର ଲୋକଙ୍କୁ ଖବର ଦେବା ସହ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି।

ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ପୁଲିସ ସ୍ପଷ୍ଟ ସୂଚନା ଦେଇ ନଥିବା ବେଳେ ମୃତକଙ୍କ ହାତ ଓ ଶରୀରରେ କଟା ଦାଗ ସନ୍ଦେହ ସୃଷ୍ଟି କରିଛି। ପୁଲିସ ଉଭୟ ଆତ୍ମହତ୍ୟା ଓ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.