Latest Odisha News

BREAKING NEWS

ପର୍ଯ୍ୟଟକଙ୍କୁ ଆକ୍ରମଣର ଦୁଇ ଦିନ ପରେ ସିଲ୍ ହେଲା ମୁଣ୍ଡଳି ଟୋଲ୍ ଗେଟ୍

କଟକ: ମୁଣ୍ଡଳି ନିକଟରେ ଥିବା ଟୋଲ୍ ଗେଟ ହେଲା ସିଲ୍। କିଛି କର୍ମଚାରୀ ଛତିଶଗଡ଼ର ଅନେକ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିବା ଅଭିଯୋଗର ଦୁଇ ଦିନ ପରେ ଗୁରୁବାର ପ୍ରଶାସନ ତତ୍ପରତା ପ୍ରକାଶ କରି ଟୋଲ୍ ଗେଟ୍କୁ ସିଲ୍ କରିଦେଇଛି। ଅଧିକାରୀଙ୍କ ଏକ ଟିମ୍ ଟୋଲ୍ ଗେଟ୍ ପରିଦର୍ଶନ କରି ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ଯାଏ ଏହାକୁ ସିଲ୍ କରିଦେଇଛନ୍ତି। ସେପଟେ ଏହି ଆକ୍ରମଣ ଘଟଣାରେ ଚାରି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଅପରପକ୍ଷରେ ପ୍ରଶାସନ ପକ୍ଷରୁ ବିକଳ୍ପ ପରିବହନ ବ୍ୟବସ୍ଥା କରାଯାଇ ପର୍ଯ୍ୟଟକଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇ ଦେଇଛି। ସେହିପରି ପର୍ଯ୍ୟଟକଙ୍କ କ୍ଷୟକ୍ଷତିର ଆକଳନ କରାଯାଇ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।

ସୂଚନାୟୋଗ୍ୟ, ଟୋଲ ଗେଟରେ ଏଭଳି ଘଟଣା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ଟୋଲ ଗେଟରେ ଅନେକ ହିଂସାକାଣ୍ଡ ଓ ଦାଦାବଟି ଆଦାୟ ଘଟଣା ସାମ୍ନାକୁ ଆସିଥିଲା। ପର୍ଯ୍ଯଟକଙ୍କୁ ଆକ୍ରମଣର ଦୃଶ୍ୟ ନିକଟରେ ଭାଇରାଲ ହୋଇଥିଲା। ଅନ୍ୟ ରାଜ୍ୟ ଓ ଦେଶରୁ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଥିବାରୁ ଏହି ଘଟଣା ଅନେକଙ୍କୁ ସ୍ତବ୍ଧ କରିଦେଇଛି।

ପର୍ଯ୍ୟଟକଙ୍କ ଉପରେ ଏଭଳି ଆକ୍ରମଣ ଓଡ଼ିଶାକୁ ବଦନାମ କରିବା ସହ ଏହାର ପର୍ଯ୍ୟଟନକୁ ପ୍ରଭାବିତ କରିବ ବୋଲି ଅନେକ ବୁଦ୍ଧିଜୀବୀ ମତ ଦେଇଛନ୍ତି।

Leave A Reply

Your email address will not be published.