Latest Odisha News

BREAKING NEWS

ନବରାତ୍ରୀର ତୃତୀୟ ଦିନ; ଚନ୍ଦ୍ରଘଣ୍ଟା ରୂପରେ ଆର୍ଶୀବାଦ ଦେଉଛନ୍ତି ମା’

ଭୁବନେଶ୍ୱର: ଚାଲିଛି ମାଆଙ୍କ ନବରାତ୍ର ପୂଜା । ଆଜି ହେଉଛି ଏହି ପୂଜା ର ତୃତୀୟ ଦିନ। ଆଧ୍ୟାତ୍ମିକ ବିଶ୍ୱାସ ଅନୁସାରେ ନବରାତ୍ରୀର ପ୍ରଥମ ଦିନରେ ମା’ଙ୍କୁ ପୂଜାର୍ଚ୍ଚନା କଲେ ବହୁ ଆଶୀର୍ବାଦ ମିଳିଥାଏ । ଦୁର୍ଗା ନବରାତ୍ରୀ କାଳରେ ବିଭିନ୍ନ ବେଶ ଧାରଣ କରନ୍ତି।

ନବରାତ୍ରୀ ହେଉଛି ଦଶହରା ମହୋତ୍ସବର ଆଦ୍ୟ ପର୍ବ । ଆଶ୍ୱିନ ଶୁକ୍ଲପକ୍ଷର ପ୍ରତିପଦ ତିଥିରୁ ଏହା ଆରମ୍ଭ ହୋଇ ଦଶହରାରେ ଶେଷ ହୋଇଥାଏ ।

ନବରାତ୍ରର ଏହି ନଅଦିନ ମଧ୍ୟରେ ମା’ ଦୁର୍ଗାଙ୍କ ଭିନ୍ନ ଭିନ୍ନ ରୂପକୁ ପୂଜା କରାଯାଇଥାଏ । ଆଜି ନବରାତ୍ରୀର ତୃତୀୟ ଦିନ । ଏହି ଦିନ ମା’ ଚନ୍ଦ୍ରଘଂଟାଙ୍କ ରୂପରେ ପୂଜା ପାଉଛନ୍ତି । ମା’ଙ୍କ ମସ୍ତକରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଏ ।

ଦେବୀ ଚନ୍ଦ୍ରଘଣ୍ଟାଙ୍କ ବାହାନ ହେଉଛନ୍ତି ସିଂହ । ତାଙ୍କର ଦଶଭୁଜା ଏବଂ ତିନୋଟି ଆଖି ରହିଛି । ଆଠଟି ହସ୍ତରେ ମା’ ଖଡଗ ତଥା ଅସ୍ତ୍ରଶନ୍ତ୍ର ଧାରଣ କରିଥାନ୍ତି ଏବଂ ଅନ୍ୟ ଦୁଇଟି ହସ୍ତରେ ଭକ୍ତଙ୍କୁ ଆର୍ଶିବାଦ କରିଥାନ୍ତି । ମା’ଙ୍କୁ ପୂଜିବା ଦ୍ୱାରା ଯଶ ବୃଦ୍ଧି ହୋଇଥାଏ । ନବରାତ୍ରର ଏହି ତୃତୀୟ ଦିନରେ ଭୟରୁ ମୁକ୍ତି ମିଳିବା ସହ ଅପାର ସାହାସ ପ୍ରାପ୍ତ ହୋଇଥାଏ ।

Leave A Reply

Your email address will not be published.