Latest Odisha News

BREAKING NEWS

ଉତ୍ତରାଖଣ୍ଡରେ ଭୂମିକମ୍ପ

ଡେରାଡୁନ୍: ଉତ୍ତରାଖଣ୍ଡରେ ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ୪.୧ । ସକାଳ ୫ଟା ୩ ମିନିଟରେ ଅନୁଭୂତ ହେଲା ଭୂମିକମ୍ପ । ଉତ୍ତରକାଶୀ ଜିଲ୍ଲାର ୩୯ କିଲୋମିଟର ଦୂର ଭୂକମ୍ପର କେନ୍ଦ୍ରସ୍ଥଳ । ସକାଳୁ ସକାଳୁ ହଠାତ୍ ଲୋକ ଝଟକା ଅନୁଭବ କରିଥିଲେ।

ଭୂମିକମ୍ପ ପରେ ଭୟରେ କେହି କେହି ଘରୁ ବାହାରକୁ ଚାଲି ଆସିଥିଲେ । କଣ ହେଲା ବୋଲି ଅଚାନକ କେହି କିଛି ବୁଝି ପାରି ନଥିଲେ । ପରେ ଜାଣିବାକୁ ପାଇଥିଲେ ଭୂକମ୍ପର ପ୍ରଭାବ । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ ସୂଚନା ମିଳିନି ।

ଗତ ସପ୍ତାହରେ ଜମ୍ମୁ କଶ୍ମୀର ସମେତ ଦେଶର ଉତାତରାଞ୍ଚଳରେ ଭୂମିକମ୍ପ ହୋଇଥିଲା । ରିକ୍ଟର ସ୍କେରଲରେ ତୀବ୍ରତା ଥିଲା ୫.୭ । ଆଫଗାନିସ୍ତାନ-ତାଜିକିସ୍ତାନ ସୀମା ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା । ସେହିଦିନ ଉତ୍ତରାଖଣ୍ଡରେ ୩.୬ ତୀବ୍ରତାର ଭୂକମ୍ପ ବି ହୋଇଥିଲା ।

Comments are closed, but trackbacks and pingbacks are open.