ପୋଲସରା: ଆଖି ବୁଜିଲେ ୩ ଶିଶୁ । ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଖରଛଟା ଗାଁରେ ପାଳ ଗଦାରେ ନିଆଁ ଲାଗି ୪ ଶିଶୁ ଗୁରୁତର ହେବା ଘଟଣାରେ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ମୃତ ଶିଶୁମାନେ ହେଲେ ସାଇରାମ ଜାନି, ଦୀପକ ଗୌଡ ଓ ଇତିଶ୍ରୀ ଜେନା । ଅନ୍ୟ ଜଣେ ଶିଶୁ ଆଲୋକ ଜେନା ଏବେବି ଗୁରୁତର ଅଛନ୍ତି । ସମସ୍ତ ଶିଶୁଙ୍କ ବୟସ ୭ରୁ ୯ ବର୍ଷ ହେବ ବୋଲି ସୂଚନା ମିଳିଛି ।
ଆଜି ସକାଳେ ଚାରିଜଣ ଛୋଟ ପିଲା ମିଶି ଖେଳୁଥିବା ସମୟରେ ଅଚାନକ ପାଳ ଗଦାରେ ନିଆଁ ଲାଗି ଯାଇଥିଲା। ଉକ୍ତ ନିଆଁରେ ଚାରିଜଣ ଶିଶୁ ପୋଡି ଯାଇଥିଲେ । ଶିଶୁଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଏବଂ ପରିବାର ଲୋକ ତାଙ୍କୁ ଉଦ୍ଧାର କରି ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ବ୍ରହ୍ମପୁର ଜ୍ଞଳମଶ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଚିକିତ୍ସିତ ଅବସ୍ଥାରେ ତିନି ଜଣ ଶିଶୁ ଆଖିବୁଜି ଥିବା ଜଣାପଡିଛି । ଅନ୍ୟପଟେ କେଉଁ କାରଣରୁ ପାଳଗଦାରେ ନିଆଁ ଲାଗିଲା ତାହା ଜଣାପଡି ନାହିଁ ।
BREAKING NEWS
- ଆବାସିକ ବିଦ୍ୟାଳୟରେ ୯ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଅଭିଯୋଗ, ଜଣେ ଅଟକ
- ଗଞ୍ଜେଇ ଡିଲ୍ ଅଡିଓ ଭାଇରାଲ୍! ୨ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
- ଦେବୀ ନଦୀରେ ଯୁବକ ନିଖୋଜ; ବ୍ରିଜରେ ସ୍କୁଟି ରଖି ଡେଇଁ ପଡ଼ିଲେ…
- ବରିଷ୍ଠ ନେତା କୋଣ୍ଡାବାବୁଙ୍କ ଦେହାନ୍ତ, ରାଜନୈତିକ ମହଲରେ ଶୋକର ଛାୟା
- SCB ମେଡିକାଲ୍ କଲେଜର DEO ଗିରଫ
- ଚିନ୍ତାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ! : ସର୍ଭେରେ ପଛରେ ନେତ୍ୟାନ୍ୟାହୁଙ୍କ ଦଳ
- ହୀରାକୁଦର ୧୬ ଗେଟ୍ ଖୋଲିବା ପରେ ବଢ଼ିଲା ବନ୍ୟା ଆଶଙ୍କା
- ପୁଣି ମାଡ଼ି ଆସୁଛି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ: ପ୍ରବଳ ବର୍ଷା ଆଶଙ୍କା
- ନେପାଳ ପ୍ରଳୟଙ୍କରୀ ବନ୍ୟା: ମୃତ୍ୟୁ ସଂଖ୍ୟା ୩୯୨କୁ ବୃଦ୍ଧି
- କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ସମନ୍, ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ

Comments are closed.