Latest Odisha News

BREAKING NEWS

ଆଇପିଏଲ ବଳକା ମ୍ୟାଚ କରିବା ପାଇଁ ବିସିସିଆଇ ନିକଟରେ କଣ ରହିଛି ବିକଳ୍ପ

ମୁମ୍ବାଇ:କରୋନା ମହାମାରୀ ଯୋଗୁ ଆଇପିଏଲ-୨୦୨୧ ଅଧାରୁ ବନ୍ଦ କରିବା ପାଇଁ ବିସିସିଆଇ ବାଧ୍ୟ ହୋଇଥିଲା । ଏବେ ଆଇପିଏଲର ଏହି ବଳକା ମ୍ୟାଚ ଆୟୋଜନ କରିବା ନେଇ ଇଂଲଣ୍ଡ, ୟୁଏଇ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଆଗ୍ରହ ପ୍ରକାଶ କରିଛନ୍ତି । ଏବେ ବି ଆହୁରି ୨୯ ମ୍ୟାଚ ଖେଳାଯିବା ବାକି ରହିଛି । ଗତ ସଂସ୍କରଣ ୟୁଏଇରେ ସଫଳତାର ସହ ଆୟୋଜିତ ହୋଇଥିଲା । ଏହା ବିଚାରକୁ ନେଲେ ବିସିସିଆଇର ପ୍ରଥମ ପସନ୍ଦ ନିଶ୍ଚିତ ଭାବେ ୟୁଏଇ ରହିବ ।

ସେହିପରି ଭାରତୀୟ ଟିମ୍ ଇଂଲଣ୍ଡରେ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ରହିବ । ସିରିଜ ସରୁ ସରୁ ଆଇପିଏଲ ଆୟୋଜନ ଏଠାରେ କରାଗଲେ ଭାରତ ଏବଂ ଇଂଲଣ୍ଡର ଅଧିକାଂଶ ଖେଳାଳି ଉପସ୍ଥିତ ରହିବେ । ଅନ୍ୟ ଦେଶର ଖେଳାଳି ମଧ୍ୟ ଏଠାକୁ ସହଜରେ ଆସିପାରିବେ । ଏବେ ଅନ୍ୟ ଦେଶଗୁଡିକ ବିଷୟରେ ବିଶେଷ ଆଲୋଚନା କରାଯାଇ ନାହିଁ । ଯେତେଦୂର ସମ୍ଭବ ୟୁଏଇ କିମ୍ବା ଇଂଲଣ୍ଡରେ ବାକି ମ୍ୟାଚ ତକ ଖେଳାଯାଇପାରେ ।

Leave A Reply

Your email address will not be published.