Latest Odisha News

BREAKING NEWS

‘ମା ଘର’ ଫାଉଣ୍ଡେସନ ପକ୍ଷରୁ ‘ମା ଓ ବିଶ୍ଵଶାନ୍ତି’ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର : ବିଶ୍ୱ ମାତୃଦିବସ ଅବସରର ‘ମା ଘର’ ଫାଉଣ୍ଡେସନ ପକ୍ଷରୁ ୱେବିନାର ମାଧ୍ୟମରେ ଏକ ଆନ୍ତର୍ଜାତିୟ ସ୍ତରର ଆଲୋଚନାଚକ୍ର ଆୟୋଜିତ ହୋଇ ଯାଇଛି।

ବିଶ୍ୱରେ କରୋନାର ପ୍ରଭାବ ସମୟରେ ‘ମା ଓ ବିଶ୍ଵଶାନ୍ତି ‘ଶୀର୍ଷକ ଆୟୋଜିତ ଏହି ଆଲୋଚନାଚକ୍ରରେ କେରଳର ମାନ୍ୟବର ଗଭର୍ଣ୍ଣର ଆରିଫ ମହମ୍ମଦ ଖାନ,ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଫେସର ଆଲେକ୍ସ ଡିକ୍ସନ , ଗୁଜୁରାଟର ଆଣ୍ଟଇ କରପସନ ବ୍ୟୁରୋର ଇନ୍ ଚାର୍ଜ ତଥା ଏ ଡି ଜି ହସମୁଖ ପଟେଲ , ଡି ଆଇଜି ପ୍ରଭାତ ନାୟକ, ଟି ଏନ୍ ଖୁଣ୍ଟିଆ, ସମାଜ ସେବୀ ପଦ୍ମଶ୍ରୀ ଶାନ୍ତି ଦେବୀ, ଡାକ୍ତର ସେବା ମହାପାତ୍ର, ଡାକ୍ତର ଜ୍ୟୋତ୍ସ୍ନା ମହାପାତ୍ର , ଶ୍ରୀମତୀ ରୀତା ରାୟ ପ୍ରମୁଖ ତାଙ୍କ ବକ୍ତବ୍ୟରେ ଭାରତୀୟ ପରମ୍ପରାରେ ମାତୃଶକ୍ତିର ବିଶେଷ୍ୟତ୍ୱ ବିଷୟରେ ଆଲୋଚନା କରି ସମୟାନୁଈକ୍ରମେ ଆମେ ପରମ୍ପରାକୁ ଭୁଲି ଆମେ ନାରୀକୁ ଭୋଗ୍ୟ ବସ୍ତୁ ଭାବେ ପରିକଳ୍ପନା କରିବା ଫଳରେ ମାଆ ମାନଙ୍କର ମର୍ଯ୍ୟାଦା ହାନି ଘଟୁଛି , ଏହା ସମାଜ ପାଇଁ ବିପଦ ଜନକ ବୋଲି ମତ ପ୍ରକାଶ କରିଥିଲେ  ।

ଏହି କାର୍ଯ୍ଯକ୍ରମରେ ଓଡିଶାର ବହୁ ବିଶିଷ୍ଟ ବ୍ୟକ୍ତି ତଥା ଶିକ୍ଷକ, ଓକିଲ, ପ୍ରଶାସକ ଓ କର୍ପୋରେଟ କାମକରୁଥିବା ବ୍ୟକ୍ତିମାନଙ୍କ ସହ ମା ଘର ମାଲକାନାଗିରି, କୋରାପୁଟ, ବୈପାରିଗୁଡ।, ବାଲେଶ୍ଵର, ନିଆଳି ଇତ୍ୟାଦି ଶାଖାର ମହିଳା କର୍ମକର୍ତ୍ତା ମାନେ ଯୋଗ ଦେଇ ଥିଲେ ।

‘ମା ଘର’ ଫାଉଣ୍ଡେସନର ପ୍ରତିଷ୍ଠାତା  ସମାଜସେବୀ ତଥା ଆଇନଜୀବି ଋତୁପର୍ଣ୍ଣା ମହାନ୍ତି ଏଥିରେ ସଭାପତିତ୍ବ ଓ ପରିଚାଳନା ଦାୟିତ୍ୱ ନେଇଥିବା ବେଳେ ଶେଷରେ ଭାରତ ବିକାଶ ପରିଷଦ ବାଣୀବିହାର ଶାଖା ସମ୍ପାଦକ ଶ୍ରୀ ପ୍ରମୋତେସ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.