Latest Odisha News

BREAKING NEWS

ଦଶାହ ଭୋଜି ଖାଇ ୪ ମୃତ, ୧୭ ଆକ୍ରାନ୍ତ

ଝାରସୁଗୁଡ଼ା: ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଅନ୍ତର୍ଗତ ନୂଆଡ଼ିହି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଦଶାହ ଭୋଜି ଖାଇବା ପରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୭ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତେବେ ଗୁରୁତର ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨୩ ମାସର ଶିଶୁ କନ୍ୟା ଏବଂ ଜଣେ ୧୧ ବର୍ଷର ନାବାଳିକା ମଧ୍ୟ ରହିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତ୍ତାବରଣ ଦେଖାଦେଇଛି । ମୃତକଙ୍କ ମଧ୍ୟରେ ନୂଆଡ଼ିହି ଗାଁର ଦୁଇ ଜଣ ଥିବା ବେଳେ ଝାରସୁଗୁଡା ଜିଲ୍ଲା ଅତାବିରା ପଞ୍ଚାୟତ ଅନ୍ତର୍ଗତ ସୁନାଖାଏନ ଗାଁର ଦୁଇ ଜଣ ମହିଳା ରହିଛନ୍ତି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଅନ୍ୟ ଆକ୍ରାନ୍ତଙ୍କ ଚିକିତ୍ସା ଉପରେ ନଜର ରଖିଛନ୍ତି । ତେବେ ଖାଦ୍ୟ ବିଷାକ୍ତ ହେବା ଯୋଗୁଁ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଥିବା ଅନୁମାନ କରାଯାଉଥିବାବେଳେ, କେଉଁ କାରଣରୁ ଖାଦ୍ୟ ବିଷାକ୍ତ ହେଲା ସେନେଇ ତଦନ୍ତ ଆରମ୍ଭ କରିଛି ଟିମ୍ ।

Leave A Reply

Your email address will not be published.