Latest Odisha News

BREAKING NEWS

କରୋନା ରେଡ୍ ଜୋନରେ ଓଡ଼ିଶାର ୪ ଜିଲ୍ଲା, ସେସବୁ ଜିଲ୍ଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର: ରାଜ୍ୟରେ କରୋନାର ସେକେଣ୍ଡ ଓ୍ୱେଭ୍ ଧୀରେ ଧୀରେ ବ୍ୟାପୁଛି । ଦୈନିକ ସଂକ୍ରମଣ ଏବେ ତିନି ହଜାର ଉପରେ । କରୋନା ରେଡ୍ ଜୋନରେ ରହିଛି ରାଜ୍ୟର ୪ଟି ଜିଲ୍ଲା । ଖୋର୍ଦ୍ଧା, ନୂଆପଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ । ଏସବୁ ଜିଲ୍ଲାରେ ଆକ୍ଟିଭ୍ କେସ୍ ଅଧିକ ରହିଛି । ଦୈନିକ ସଂକ୍ରମଣ ବି ବଢୁଛି ।

ସୁନ୍ଦରଗଡ଼ରେ ସ୍ଥିତି ସାଂଘାତିକ ହେଉଛି । ସେଠାରେ ଦୈନିକ ସଂକ୍ରମଣ ଓ ଆକ୍ଟିଭ୍ କେସ୍ ସର୍ବାଧିକ । ସୁନ୍ଦରଗଡ଼ରୁ ଗତ ୨୪ ଘଣ୍ଟାରେ ସର୍ବାଧିକ ୫୨୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ଜିଲ୍ଲାରେ ରହିଛି ୩ହଜାର ୬୭୧ଟି କରୋନା ଆକ୍ଟିଭ୍ କେସ୍ ।

ସେକେଣ୍ଡ ଓ୍ୱେଭରେ ସୁନ୍ଦରଗଡ଼ ପରେ ଦ୍ୱିତୀୟ ସର୍ବାଧିକ ସଂକ୍ରମିତ ଜିଲ୍ଲା ଖୋର୍ଦ୍ଧା । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ୪୯୭ ପଜିଟିଭ୍ ବାହାରିଛନ୍ତି । ଏଠାରେ ଆକ୍ଟିଭ୍ କେସ୍ ସଂଖ୍ୟା ରହିଛି ୨ହଜାର ୮୯୦ ।

ଏହାସହ ରେଡ ଜୋନରେ ଥିବା ସମ୍ୱଲପୁର ଓ ନୂଆପଡ଼ା ବି ରାଜ୍ୟର ଚିନ୍ତା ବଢ଼ାଇଛନ୍ତି । ଏହି ଦୁଇ ଜିଲ୍ଲାରେ କ୍ରମାଗତ ପଜିଟିଭ୍ କେସ୍ ବଢି ଚାଲିଛି । ନୂଆପଡ଼ାରୁ ଗତ ୨୪ ଘଣ୍ଟାରେ ୩୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆକ୍ଟିଭ୍ କେସ୍ ସଂଖ୍ୟା ୧ହଜାର ୨୬କୁ ବୃଦ୍ଧି ପାଇଛି ।
ସେହିପରି ସମ୍ୱଲପୁର ଜିଲ୍ଲାରୁ ଗତ ୨୪ ଘଣ୍ଟାରେ ବାହାରିଛନ୍ତି ୧୪୯ ନୂଆ ଆକ୍ରାନ୍ତ । ଜିଲ୍ଲାରେ ଏବେ ୧ହଜାର ୯୭ଟି ସକ୍ରିୟ ମାମଲା ରହିଛି ।ଏଥିସହ ୭ଟି ଜିଲ୍ଲା ପୁରୀ, କଟକ, ବାଲେଶ୍ୱର, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ବରଗଡ଼ ଜିଲ୍ଲା ଆକ୍ଟିଭ୍ କେସରେ ଅରେଞ୍ଜ ଜୋନରେ ରହିଛନ୍ତି । ଏଠାରେ ସକ୍ରିୟା ମାମଲା ୫ଶହରୁ ହଜାରେ ଭିତରେ ରହିଛି । ବାକି ୧୯ଟି ଜିଲ୍ଲା ଗ୍ରୀନ ଜୋନରେ ଆସୁଛି ।

Leave A Reply

Your email address will not be published.