Latest Odisha News

BREAKING NEWS

ମହାଦେବ ଦର୍ଶନ ସାରି ଫେରିବା ବେଳେ କଲେ ମହୁମାଛି ଆକ୍ରମଣ, ୪ ଗୁରୁତର

କାମାକ୍ଷାନଗର: ବଡ଼ଓଷାରେ ଘଟିଲା ବଡ ଅଘଟଣ । ଶିବ ମନ୍ଦିରରୁ ଦର୍ଶନ ସାରି ଫେରିବା ବେଳେ ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ୪ଜଣ ଗୁରୁତର । ଅବସ୍ଥା ସଙ୍କଟାପନ୍ନ ଥିବାରୁ ସମସ୍ତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ବଡଓଷା ଥିବାରୁ ଆଜି ସକାଳେ ରାମେଶ୍ୱର ମନ୍ଦିରରୁ ସେହି ଅଞ୍ଚଳର ଗୋଟେ ପରିବାରର ୪ ଜଣ ମହାଦେବଙ୍କ ଦର୍ଶନ ସାରି ଫେରୁଥିବା ବାଟରେ ମହୁମାଛି ଆକ୍ରମଣ କରିଥିଲା। ଗୁରୁତର ମାନେ ହେଉଛନ୍ତି ହେଲେ ଜଗନ୍ନାଥପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ପିପ୍ପଳା ଗାଁର ବାବୁ ରାଉତ ,ସ୍ତ୍ରୀ ଶର୍ମିଷ୍ଠା ରାଉତ ,୫ବର୍ଷର ପୁଅ ଜଗା ଓ ୮ବର୍ଷର ଝିଅ ପୁନମ ରାଉତ। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସମସ୍ତଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

 

Leave A Reply

Your email address will not be published.