Latest Odisha News

ଅବକାରୀ ଅଧୀକ୍ଷକ ଗିରଫ : ଠାବ ହେଲା ଆୟଠାରୁ ୨୦୮ ପ୍ରତିଶତ ଅଧିକ ସମ୍ପତ୍ତି

ନବରଙ୍ଗପୁର : ନବରଙ୍ଗପୁର ଅବକାରୀ ଅଧୀକ୍ଷକ ଗଙ୍ଗା ପାଇକରାୟ ଗିରଫ  । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି । ଗଙ୍ଗା ପାଇକରାୟଙ୍କର ନିଜ ଆୟ ଠାରୁ ୨୦୮ ପ୍ରତିଶତ ଅଧିକ ସମ୍ପତ୍ତି ରହିଛି  । ଗଙ୍ଗାଙ୍କ ପତ୍ନୀଙ୍କ ନାଁରେ ବି ମାମଲା ରୁଜ୍ଜୁ ହୋଇଛି । ଗତକାଲି ଅବକାରୀ ଅଧୀକ୍ଷକ ଗଙ୍ଗା ପାଇକରାୟଙ୍କ ଘରେ ରେଡ୍ କରାଯାଇଥିଲା  ।

ନବରଙ୍ଗପୁର ଓ ଜୟପୁର ସମେତ ୪ଟି ସ୍ଥାନରେ ଚଢାଉ ଜାରି କରିଥିଲା ଭିଜିଲାନ୍ସ ବିଭାଗ। ଭିଜିଲାନ୍ସର ୫ଜଣିଆ ଟିମ ଏଥିରେ ସାମିଲ ହୋଇଥିଲେ। ସଂପୃକ୍ତ ଅଧିକାରୀଙ୍କ ଜୟପୁର ଫାୟାର ଷ୍ଟେସନ ନିକଟରେ ଥିବା ୩ମହଲା କୋଠା ,  ଜୟପୁରର ପ୍ରକାଶ ବିଦ୍ୟାଳୟ ନିକଟରେ ଥିବା ଜମି , ଜୟପୁର ହନଗୁଡାରେ ଥିବା ପାର୍କିଂ ସେଡ୍ , ନବରଙ୍ଗପୁରରେ ଥିବା ଅଫିସ୍ ଚାମ୍ବର ,  ନବରଙ୍ଗପୁରର ଚାନୁରିଆ ଗୁଦା ଓ ସଦାଶିବ ମାର୍ଗରେ ଥିବା  ଆବାସିକ ଭଡା ଘରେ ଚଢାଉ କରାଯାଇଥିଲା  । ଆଜି ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.