ଜୟପୁର : ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ଭ୍ୟାରିଆଣ୍ଟ ଆତଙ୍କ ଖେଳାଇବା ପରେ ଭାରତକୁ ମଧ୍ୟ ଘାରିଛି ଓମିକ୍ରନ୍ ଭୟ । ଏହା ମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ରାଜସ୍ଥାନ ଜୟପୁର ଫେରିଛନ୍ତି ଗୋଟିଏ ପରିବାର । ଏମାନଙ୍କ ମଧ୍ୟରୁ ୪ଜଣ କରୋନା ପଜିଟିଭ ଥିବା ଜଣାପଡିଛି ।
ଦେଶରେ ଓମିକ୍ରନର ଦୁଇଟି ମାମଲା ଜଣାପଡିବା ପରେ ଏବେ ଦକ୍ଷିଣ ଆଫ୍ରିକାରୁ ଜୟପୁରକୁ ଫେରିଥିବା ପରିବାରକୁ ନେଇ ଚିନ୍ତା । କାରଣ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଏହି ପରିବାରର ୪ଜଣ କୋଭିଡ ପଜିଟିଭ ଥିବା ଜଣାପଡିଛି । ନଭେମ୍ବର ୨୫ ତାରିଖରେ ଏହି ପରିବାରର ୯ଜଣ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ ।
ସେମାନଙ୍କ ମଧ୍ୟରୁ ପରିବାରର ମା’ ବାପା, ତାଙ୍କର ୮ବର୍ଷ ଓ ୧୫ ବର୍ଷର ଦୁଇ ଝିଅଙ୍କୁ କୋଭିଡ୍ ପଜିଟିଭ ଥିବା ଜଣାପଡିଛି । ଏହାଠାରୁ ଆହୁରି ଚିନ୍ତାର ବିଷୟ ହେଉଛି ଏମାନେ ବିଦେଶରୁ ଫେରିବା ପରେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କ ମଧ୍ୟରୁ ମଧ୍ୟ ୫ଜଣ କରୋନା ସଂକ୍ରମିତ ଥିବା ଜଣାପଡିଛି ।
Comments are closed.