Latest Odisha News

BREAKING NEWS

ଅପହରଣ ନୁହେଁ ଦୁର୍ଘଟଣା, କୂଅ ଭିତରୁ ବାହାରିଲା ନିଖୋଜ ଦମ୍ପତିଙ୍କ କାର

ଉମରକୋଟ: ଅପହରଣ ନୁହେଁ ଦୁର୍ଘଟଣା । କୂଅ ଭିତରୁ ବାହାରିଲା କାର । କାର ଭିତରେ ଥିଲା ୪ ମୃତ ଦେହ । ଛତିଶଗଡରୁ ଫେରିବା ବେଳେ ଅପହରଣର ଶିକାର ହୋଇଥିବା ଅଭିଯୋଗର ଏପରି ମର୍ମନ୍ତୁଦ ପରିଣତି ସାମ୍ନାକୁ ଆସିଛି  । ଶନିବାର ରାତି 10ଟା ସମୟରେ ଛତିଶଗଡରୁ ଏକ ବାହାରଘର ଭୋଜି ଖାଇ ଘରକୁ ଫେରୁଥିଲେ ୨ ଦମ୍ପତି । ହେଲେ ତା ପରଠାରୁ ସେମାନଙ୍କର ଖୋଜଖବର ନ ଥିଲା । ପରିାବର ଲୋକେ ଏ ନେଇ ଅପହରଣ ମାମଲା ଦାଏର କରିଥିଲେ । ଆଜି ସେମାନଙ୍କର ମୃତଦେହ ଉଦ୍ଧାର କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ୬ ତାରିଖ ଦିନ ବିବାହ ଉତ୍ସବରେ ଯୋଗଦେବାକୁ ମାରୁତି ସୁଜୁକି ସୁଇଫ୍ଟ ଡିଜାଇର କାରରେ ଯାଇଥିଲେ ନବରଙ୍ଗପୁର ଜିଲ୍ଲା ରାଇଘର ତହସିଲ ସୁପରଭାଇଜର ସପନ ସରକାରଙ୍କ ପରିବାର । କାରରେ ଥିଲେ ତାଙ୍କ ପତ୍ନୀ ଇତିଶ୍ରୀ ସରକାର, ଶାଳକ ବିଶ୍ୱଜିତ୍ ଅଧିକାରୀ ଓ ଶାଳକଙ୍କ ପତ୍ନୀ। ଶନିବାର ଭୋଜି ଖାଇ ଛତିଶଗଡ଼ କାଙ୍କେରର କୋଣ୍ଡାଗାଁରୁ କାର୍‌ରେ ଫେରୁଥିଲେ  ।

ଘରେ ପହଞ୍ଚିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଫୋନ୍ ଲଗାଇଥିଲେ। ଏହାପରେ ଫୋନ୍ ସୁଇଚ୍ ଅଫ୍ ଦେଖାଇଥିଲା। ତେଣୁ   ତାଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକେ ସନ୍ଦେହ କରିଥିଲେ ।  ଏ ନେଇ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଏ ନେଇ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ଆଜି ସକାଳେ ପୋଲିସ କାର୍‌ଟିକୁ ରାସ୍ତାକଡ଼ କୂଅ ଭିତରୁ ଠାବ କରିଥିଲା ।

Leave A Reply

Your email address will not be published.