Latest Odisha News

BREAKING NEWS

ପଠାନ୍‌ ଫିଲ୍ମର ପ୍ରଥମ ଗୀତ ରିଲିଜ୍‌

ନୂଆଦିଲ୍ଲୀ : ରିଲିଜ୍‌ ହେଲା ପଠାନ୍‌ ଫିଲ୍ମର ପ୍ରଥମ ଗୀତ  । ପ୍ରଥମେ ପୋଷ୍ଟର ପରେ ଟିଜର ବର୍ତ୍ତମାନ ପଠାନ୍‌ର ପ୍ରଥମ ଗୀତ ରିଲିଜ ହୋଇଛି  । ଯେଉଁଥିରେ ବୋଲ୍ଡ ଲୁକ୍‌ରେ ନଜର ଆସିଛନ୍ତି ଶାହାରୁଖ ଏବଂ ଦୀପିକା  । ଶାହାରୁଖ ଏବଂ ଦୀପିକାଙ୍କ ଏହି ଲୁକ୍‌କୁ ଦର୍ଶକମାନେ ଖୁବ୍‌ ପସନ୍ଦ କରିଛନ୍ତି ।

ଶାହାରୁଖ ନିଜ ସୋଶିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ଅବଗତ କରାଇଛନ୍ତି  । ଯାହା ଏବେ ଭାଇରାଲ ହେବାରେ ଲାଗିଛି  । ଏହି ଚଳଚ୍ଚିତ୍ରରେ ଦୀପିକା ପାଦୁକାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ବର୍ତ୍ତମାନ ଫିଲ୍ମର ଗୀତ ରିଲିଜ ହୋଇଛି  । ଗୀତରେ ଦୀପିକା ପାଦୁକାନ୍‌ ହଳଦୀ ରଙ୍ଗର ବିକିନି ପିନ୍ଧିଥିବାର ନଜର ରହିଛି  । ଶାହାରୁଖ ମଧ୍ୟ ମସ୍କ୍ୟୁଲାର ବଡି ଦେଖାଇଛନ୍ତି । ଦୀପିକା ଏବଂ ଶାହାରୁଖଙ୍କ ଏହି ଲୁକ୍‌ ଦର୍ଶକଙ୍କୁ ଆକର୍ଷିତ ହୋଇଛନ୍ତି  ।

ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଏବଂ ପ୍ରଯୋଜକ ଆଦିତ୍ୟ ଚୋପ୍ରା ଏହି ଫିଲ୍ମକୁ ନିର୍ମାଣ କରିଥିବା ବେଳେ ଜାନୁଆରୀ ୨୫ରେ ରିଲିଜ ହେବାକୁ ଯାଉଛି ‘ପଠାନ’ । ଦର୍ଶକ ମାନେ ମଧ୍ୟ ଖୁବ୍‌ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି  ।

Leave A Reply

Your email address will not be published.