Latest Odisha News

BREAKING NEWS

ରାଜ୍ୟରେ ୪ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଦିନ ଆଉ ୬ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରେ ୪ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି। ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୪୨ରେ ପହଞ୍ଚିଛି।

BjdElectrycity

ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ମୃତକଙ୍କ ମଧ୍ୟରେ ୩ ଜଣ ଗଞ୍ଜାମ ଓ ଜଣେ କଟକ ଜିଲ୍ଲାର। ସେମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଜାଣନ୍ତୁ-

ଗଞ୍ଜାମ ଜିଲ୍ଲାର ଜଣେ ୭୦ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ମଧୁମେହ ରୋଗରେ ପିଡିତ ଥିଲେ। ସେହିପରି ଅନ୍ୟ ଦୁଇ ଜଣ ବ୍ୟକ୍ତି ଯଥାକ୍ରମେ- ୬୦ ବର୍ଷ ଓ ୫୩ ବର୍ଷ ବୟସ୍କ ବୋଲି ଜଣାପଡିଛନ୍ତି। ତନ୍ମଧ୍ୟରେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଜଣକ ମଧୁମେହ ରୋଗରେ ପିଡିତ ଥିଲେ।

ଆହୁରି ମଧ୍ୟ କଟକ ଜିଲ୍ଲାର ଜଣେ ୪୮ ବର୍ଷ ବୟସ୍କ ବ୍ୟକ୍ତିଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ମଧୁମେହ ଓ କିଡନୀ ଜନିତ ରୋଗରେ ପିଡିତ ଥିଲେ।

ତେବେ ଆଉ ୨ ଜଣ କରୋନା ସଂକ୍ରମିତ ବ୍ୟକ୍ତି କ୍ୟାନସର ଯୋଗୁଁ ମୃତ୍ୟୁବରଣ କରିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ଜଣେ କଟକ ଜିଲ୍ଲାର ୮୦ ବର୍ଷୀୟ ବ୍ୟକ୍ତି ଏବଂ ମୟୂରଭଞ୍ଜ ଜିଲ୍ଲାର ୪୫ ବର୍ଷୀୟ ବ୍ୟକ୍ତି ରହିଛନ୍ତି।

Leave A Reply

Your email address will not be published.