Latest Odisha News

ଯିଏ ନପିନ୍ଧିବ ମାସ୍କ, ସିଏ କରିବ କରୋନା ଡ୍ୟୁଟି

ମଧ୍ୟପ୍ରଦେଶ: ରାଜଧାନୀ ଭୋପାଳରେ କରୋନା କଟକଣାକୁ କଡ଼ାକଡ଼ି କରିଛି ପ୍ରଶାସନ । ଏଣିକି ବାହାରକୁ ବାହାରିଲେ ଯାହା ମୁହଁରେ ମାସ୍କ ନଥିବ ତାକୁ କଠୋର ଦଣ୍ଡ ଭୋଗିବାକୁ ପଡ଼ିବ । ଜରିମାନା ତ ଗଣିବ ତାସହ କରୋନା ଡ୍ୟୁଟି କରିବ । ଏଭଳି ନିର୍ଦ୍ଦେଶନାମା ଦେଇଛନ୍ତି ଭୋପାଳ ଜିଲ୍ଲାପାଳ ଅବିନାଶ ଲଭାନିଆ । କିଲ୍ କରୋନା ଅଭିଯାନ ସମ୍ପର୍କିତ ବୈଠକରେ ଆଲୋଚନା ପରେ ଏଭଳି ନିର୍ଦ୍ଦେଶନାମା ଜାରି ହୋଇଛି ।

ଧାରା ୧୪୪ ଅନୁସାରେ ସର୍ବସାଧାରଣରେ କୋଭିଡ-୧୯ ନିୟମର ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ଚେକିଂ ବେଳେ ମାସ୍କ ପିନ୍ଧି ନଥିଲେ କରୋନା ଭଲ୍ୟୁଣ୍ଟିୟର୍ସ ଭାବରେ କାମ କରିବେ ଉଲ୍ଲଂଘନକାରୀ । ଏନେଇ ଭୋପାଳ ଜିଲ୍ଲାପାଳଙ୍କ କାକାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ଉଲ୍ଲଂଘନକାରୀ ଅତି କମରେ ତିନି ଦିନ ହସ୍ପିଟାଲ କିମ୍ବା ପୋଲିସ ଚେକ୍ ପୋଷ୍ଟରେ ତିନି ଦିନ କାମ କରିବେ । ଅନଲକ୍ ଚାଲିଥିବା ବେଳେ ଭୋପାଳରେ କରୋନା କେସ ବଢି ଚାଲିଛି । ବର୍ତ୍ତମାନ ସୁଦ୍ଧା ଭୋପାଳରେ ୩ ହଜାର ୧୫୫ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୧୩ ଜଣଙ୍କର ଜୀବନ ନେଇଛି କରୋନା ।

Leave A Reply

Your email address will not be published.