Latest Odisha News

BREAKING NEWS

ସଡକ ଦୁର୍ଘଟଣାରେ ୪ ଜାତୀୟସ୍ତରର ହକି ଖେଳାଳିଙ୍କ ଶୋଚନୀୟ ମୃତ୍ୟୁ

ହୌଶଙ୍ଗାବାଦ: ମଧ୍ୟପ୍ରଦେଶର ହୌଶଙ୍ଗାବାଦ ଅଞ୍ଚଳରେ ସୋମବାର ଦିନ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜାତୀୟ ସ୍ତରର ୪ ଜଣ ହକି ଖେଳାଳିଙ୍କର ଶୋଚନୀୟ ମୃତ୍ୟୁ ଘଟିଛି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଜାତୀୟ ସ୍ତରର ୭ଜଣ ହକି ଖେଳାଳି ଏକ କାର୍ ଯୋଗେ ଯାଉଥିବା ବେଳେ ହୌଶଙ୍ଗାବାଦ ନିକଟରେ ଦୁର୍ଭାଗ୍ୟବଶତଃ ସେମାନଙ୍କ ଗାଡିଟି ଦୁର୍ଘଟଣାଗସ୍ତ ହୋଇଥବଲା । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି ।

ତେବେ ଏନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.