Latest Odisha News

BREAKING NEWS

ଶ୍ରୀରାଧା କଳାକୁଞ୍ଜ ଟ୍ରଷ୍ଟର ବାର୍ଷିକୋତ୍ସବ: ଓଡ଼ିଶୀ ନୃତ୍ୟର ତାଳରେ ଝୁମିଲେ ଦର୍ଶକ…

ଭୁବନେଶ୍ୱର: ଶ୍ରୀରାଧା କଳାକୁଞ୍ଜ ଅନୁଷ୍ଠାନ ତରଫରୁ ୧୦ମ ବାର୍ଷିକ ଉତ୍ସବ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀରାଧା କଳାକୁଞ୍ଜ ଓଡ଼ିଶାର ଏକ ସୁପ୍ରତିଷ୍ଠିତ ଅନୁଷ୍ଠାନ ଯାହାର ମୁଖ୍ୟ ପ୍ରତିଷ୍ଠାତା ଗୁରୁ  ମିନତୀ ପ୍ରଧାନ। ଉକ୍ତ ସନ୍ଧ୍ୟରେ ବରେଣ୍ୟ ଅତିଥି ରୂପରେ ଓଡ଼ିଶାର ସୁପ୍ରସିଦ୍ଧ ସଙ୍ଗୀତକାର, ଗାୟକ ପଦ୍ମଶ୍ରୀ ଗୁରୁ ପ୍ରଫୁଲ କର,ଖ୍ୟାତନାମା ଓଡିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ କଣ୍ଠଶିଳ୍ପୀ ଡକ୍ଟର  ସଂଗୀତା ଗୋସାଇଁ, ଓଡିଶାର ସୁପ୍ରସିଦ୍ଧ ମର୍ଦ୍ଦଳ ବାଦକ ଗୁରୁ  ଧନନଞ୍ଜ ସ୍ୱାଇଁ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ଅନୁଷ୍ଠାନର ଉତ୍ତରୋତ୍ତର କାମନା କରିଥିଲେ ।

ଶ୍ରୀରାଧା କଳାକୁଞ୍ଜ ଶିଳ୍ପୀ ମାନଙ୍କ ଦ୍ୱାରା ପ୍ରଥମ ପ୍ରସ୍ତୁତିରେ ମଙ୍ଗଳାଚରଣରେ ଜୟ ଜୟ ପ୍ରଭୁ ଗଜାନନ,ବସନ୍ତ ପଲ୍ଲବୀ, ଦିଲାହାରି ପଲ୍ଲବୀ, ନୃତ୍ୟଭିନୟନରେ ଅଷ୍ଟଲଷ୍ମୀ, ବ୍ରଜେ ବସନ୍ତ ନବନିତ ଚୌରଙ୍ଗ, ମିତ ଚାହିଁରେ ପରା ଏବଂ ପରେ ପରେ କୁନି କୁନି କଳାକାରଙ୍କ ଦ୍ୱାରା ପଲ୍ଲୀ ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା।ଡକ୍ଟର ମୂର୍ତ୍ତୃଞ୍ଜୟ ରଥ ମଞ୍ଚକାର‌୍ୟ୍ୟରେ ପରିଚାଳନା କରିଥିଲେ। ମୁଖ୍ୟ ବାଦ୍ୟଯନ୍ତ୍ର ସହଯୋଗିତାରେ ଥିଲେ ଗୁରୁ  ଏକଲବ୍ୟ ମୁଦୁଲି (ମର୍ଦ୍ଦଳ), ଗୁରୁ  ବାଳକୃଷ୍ଣ ଜେନା(କଣ୍ଠ ସଙ୍ଗୀତ), ଗୁରୁ  ଦୟାନିଧି ବେହେରା (ବେହେଲା), ଗୁରୁ  ସ୍ୱପ୍ନସ୍ୱର ଚକ୍ରବର୍ତ୍ତୀ(ସୀତାର) ଏବଂ ଗୁରୁ ଦିଲ୍ଲୀପ କୁମାର (ମଞ୍ଜିରା), ନୃତ୍ୟ ସଂଯୋଜନାରେ ଗୁରୁ  ମନୋରଞ୍ଜନ ପ୍ରଧାନ ଏବଂ ନୃତ୍ୟ ନିର୍ଦ୍ଦେଶନାରେ ଗୁରୁ  ମିନତୀ ପ୍ରଧାନ, ସଞ୍ଚିତ କୁମାର ପ୍ରଧାନ ଏବଂ ଉଦ୍ଧବ ଭୋଇ ।

ଅନୁଷ୍ଠାନର ସଭାପତି ଗୁରୁ  ମନୋରଞ୍ଜନ ପ୍ରଧାନ ସଭାପତିତ୍ବ କରିଥିଲେ ଏବଂ ଗୁରୁ ମିନତୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀରାଧା କଳାକୁଞ୍ଜର ଆବାହକ ସାଇ ନାରାୟଣ ବେହେରା, ଶ୍ରୀକାନ୍ତ ପ୍ରଧାନ, ଶ୍ରୀମନ୍ତ ପ୍ରଧାନ ପ୍ରମୁଖ କାର‌୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଉକ୍ତ କାର‌୍ୟ୍ୟକ୍ରମ ରେ ବହୁ ନୃତ୍ୟଗୁରୁ,କଣ୍ଠଶିଳ୍ପୀ, କଳାକାର ଏବଂ ଦର୍ଶକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.