Latest Odisha News

ଭୟଙ୍କର ଦୁର୍ଘଟଣାରେ ଆଖି ବୁଜିଲେ ପରିବାରର ୫ ସଦସ୍ୟ

ପାଟନା: ବିହାରର ବୈଶାଳୀ ଏବଂ ମୁଜାଫରପୁର ଏନଏଚ ୨୮ରେ ଘଟିଛି ଭୟଙ୍କର ସଡକ ଦୁର୍ଘଟଣା  । ବାହାଘର ଭୋଜିରେ ଯୋଗ ଦେବାକୁ ଯାଇଥିବା ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ଘଟିଛି ଶନିବାର ଦିନ ରାତିରେ ।

ମୁର୍ଜାଫରପୁରର କାଣ୍ଟି ଥାନା ଇଲାକାରେ ରୁହନ୍ତି କମଲେଶ ମହତୋଙ୍କ ପରିବାର  । କମଲେଶ (୪୫ ବର୍ଷ ) ତାଙ୍କ ପତ୍ନୀ ରିଙ୍କୁ ଦେବୀ( ୩୭ ବର୍ଷ), ପୁତ୍ର ଅଙ୍କିତ (୧୩ ବର୍ଷ) ଏବଂ ଅମନ(୧୦ ବର୍ଷ)ଙ୍କୁ ନେଇ ଯାଇଥିଲେ  ଏକ ବାହାଘର ଭୋଜିରେ ଯୋଗ ଦେବା ପାଇଁ । ହେଲେ ଏଇ ଯାତ୍ରା ସେମାନଙ୍କ ପାଇଁ ଥିଲା ଶେଷ ଯାତ୍ରା । ବାହାଘର ଭୋଜି ଖାଇ ଏମାନେ ଆଉ ଘରକୁ ଫେରିଲେନି । ଅଧାବାଟରେ ଚାଲିଗଲା ସମସ୍ତଙ୍କ ଜୀବନ । ମୃତ କମଲେଶଙ୍କ ମା’ଙ୍କ କହିବା ଅନୁଯାୟୀ, ପୁଅ ବୋହୂ ଓ ନାତିଙ୍କୁ ଧରି ତାର ଶ୍ୱଶୁର ଘରକୁ ବାହାଘର ଭୋଜିରେ ଯୋଗ ଦେବା ପାଇଁ ଯାଇଥିଲା ।  କିଛି ସମୟରେ ଦୁର୍ଘଟଣା ସମ୍ପର୍କରେ ଫୋନ ଆସିଥିଲା । ଏହି ଦୁର୍ଘଟଣାରେ ଗାଡି ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ଘଟିଛି`

ମିଳିଥିବା ସୂଚନା ଅନୁସାରେ, ଶନିବାର ଅପରାହ୍ନ ପ୍ରାୟ ସାଢେ ୨ଟା ସମୟରେ ଏକ ଏସୟୁଭିରେ ଯାଉଥିବା କମଲେଶ ଏକ ଟ୍ରକକୁ ଓଭରଟେକ କରୁଥିବା ସମୟରେ ସାମ୍ନାପଟୁ ଆସୁ୍‌ଥିବା ଆଉ ଏକ ଟ୍ରକ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରକଟି ତାଙ୍କ ଏସୟୁଭି ଗାଡିକୁ ୧୦ ମିଟର ପର୍ଯନ୍ତ ଘୋଷାଡି ନେଇଥିଲା । 

Leave A Reply

Your email address will not be published.