Latest Odisha News

ରୋଗକୁ ଡାକିଆଣେ ଧୂପକାଠି ଧୂଆଁ: ଆସନ୍ତୁ ଜାଣିବା ଆମ ଶରୀର ପାଇଁ କେତେ କ୍ଷତିକାରକ…

ଧୂପକାଠିର ଧୂଆଁ କାହାକୁ ବା ଭଲ ନ ଲାଗେ  । ସାଧାରଣତଃ ଠାକୁର ପୂଜା ଓ ହୋମ ଯଂଗ୍ୟ ସମୟରେ ଆମେ ଧୂପକାଠି ବ୍ୟବହାର କରିଥାଉ  । କିନ୍ତୁ ଆପଣମାନେ ଜଣନ୍ତି କି ଏହାର ଧୂଆଁ ଆମ ଶରୀର ପ୍ରତି କେତେ କ୍ଷତିକାରକ  । ଆସନ୍ତୁ ଜାଣିବା ଧୂପକାଠି ଧୂଆଁ ଆମକୁ କେଉଁ ସବୁ ସମସ୍ୟାରେ ପକାଇଥାଏ  । ଧୂପକାଠି ଜଳାଇଲେ ସେଥିରୁ କାର୍ବନ ମନୋଅକସାଇଡ ଧୂଆଁ ବାହାରିଥାଏ।

ଏହା ହୃଦରୋଗ ଓ ଶ୍ୱାସକ୍ରିୟା ଜିନିତ ସମସ୍ୟା ଦେଖାଯାଇଥାଏ। ଏହି ଧୂଆଁ ଧୂମପାନ ଧୂଆଁ  ସହ ସମାନ ହୋଇଥାଏ। ଅଧିକ ସମୟ ଧରି  ଧୂପକାଠି ଧୂଆଁ ସମ୍ପର୍କରେ ଆସିଲେ ଆଖି ଓ ତ୍ୱାଚାରେ ଆଲର୍ଜୀ ହୋଇଥାଏ। ଏଥିରୁ ବାହାରୁଥିବା ଧୂଆଁ ଯୋଗୁଁ ଆଖିରେ ଜଳାପୋଡା ହୋଇଥାଏ। ଏହି ପ୍ରତିଦିନ ଧୂପକାଠି ଧୂଆଁ ସଂପର୍କରେ ଆସିଲେ ମୁଣ୍ଡବିନ୍ଧା ଭଳି ସମସ୍ୟା ଦେଖାଯାଇଥାଏ। ଏହାସହ ସ୍ମରଣଶକ୍ତି ହ୍ରାସ ଘଟିଥାଏ। ଧୂପକାଠି  ହୃଦୟକୁ ମଧ୍ୟ କ୍ଷତି  ପହଞ୍ଚିଥାଏ।

Leave A Reply

Your email address will not be published.