ବଲାଙ୍ଗୀର:ଚିକିତ୍ସା ଅବହେଳା ଯୋଗୁଁ ୪ ବର୍ଷ ଶିଶୁର ମୃତ୍ୟୁ ଅଭିଯୋଗ ହୋଇଛି । ଡାକ୍ତରମାନେ ଆନ୍ଦୋଳନରେ ଥିବାରୁ ଠିକ୍ ସମୟରେ ଚିକିତ୍ସା ମିଳିନଥିବା ଅଭିଯୋଗ ହୋଇଛି । ବଲାଙ୍ଗୀରର ପାଟଣାଗଡ ହସ୍ପିଟାଲରୁ ଆସିଲା ଦୁଃଖଦ ଖବର ।
ଖବରମୁତାବକ, ଭିତରପଡ଼ାର ବାସିନ୍ଦା ହିଟଲର ଥନାପତି ତାଙ୍କର ୪ ବର୍ଷର ଅସୁସ୍ଥ ଶିଶୁକୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ଆଣିଥିଲେ । ତେବେ ସେ ଅଭିଯୋଗ କରିଛନ୍ତି ଯେ ଡାକ୍ତରମାନେ ଆନ୍ଦୋଳନରେ ଥିବାରୁ ଠିକ୍ ସମୟରେ ଚିକିତ୍ସା ମିଳିଲାନାହିଁ, ଫଳରେ ତାଙ୍କ ଶିଶୁର ମୃତ୍ୟୁ ଘଟିଛି । ଅଭିଯୋଗ ପରେ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ପାଟଣାଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିଥିଲେ ।