Latest Odisha News

BREAKING NEWS

ସୁନ୍ଦରଗଡ଼ରେ ସହପାଠୀଙ୍କ ଦ୍ୱାରା କଲେଜ ଛାତ୍ରୀ ଦୁଷ୍କର୍ମର ଶୀକାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟି ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଜିଲ୍ଲାର ବାଲିଶଙ୍କର ଅଞ୍ଚଳରେ ଥିବା ଜଙ୍ଗଲରେ ନିଜ ସହପାଠୀଙ୍କ ଦ୍ୱାରା ଜଣେ କଲେଜ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି ।

ଏହି ଘଟଣାଟି ଜୁନ ୨୬ ତାରିଖରେ ଘଟିଥିଲେ ମଧ୍ୟ ସୋମବାର ଦିନ ସଦର ଥାନାରେ ପୀଡ଼ିତା ଲିଖିତ ଅଭିଯୋଗ କରିବା ପରେ ଏସମ୍ପର୍କରେ ପଦାକୁ ଆସିଥିଲା ।

ଉମିଳିଥିବା ସୂଚନାନୁଯାୟୀ, ଜଣେ +୩ କଲେଜ ଛାତ୍ରୀ କଲେଜରୁ ଘରକୁ ଫେରୁଥିବା ବେଳେ ୫ଜଣ କଲେଜ ଛାତ୍ର ତାଙ୍କୁ ଅପହରଣ କରିନେଇଥିଲେ ।

ଅଭିଯୁକ୍ତ ଛାତ୍ରମାନେ ଯୁବତୀଜଣକଙ୍କୁ ନିକଟସ୍ଥ ଜଙ୍ଗଲକୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ ।

ଘଟଣା ସମ୍ପର୍କରେ ଯୁବତୀ ଜଣକ ଘରେ ପରିବାରବର୍ଗଙ୍କୁ ଜଣାଇବା ପରେ ସେମାନେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୋଲିସ ୫ଜଣଙ୍କୁ ଅଟକ ରଖିଛନ୍ତି ।

ଏହି ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.