Latest Odisha News

କାର୍ତ୍ତିକେଶ୍ୱର ଭସାଣି ବେଳେ ବାଣ ବିସ୍ଫୋରଣ: ୪୦ରୁ ଅଧିକ ଆହତ, ୩୦ ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଲିଆ ବଜାର ନିକଟରେ ବୁଧବାର ଏକ ବାଣ ବିସ୍ଫୋରଣରେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩୦ ଜଣ ଗୁରୁତର ଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୫ ଜଣ ଶିଶୁ ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣି ସମୟରେ ଏହି ଅଘଟଣ ଘଟିଛି। ବାଲିଆ ବଜାରରେ ଏକ ବାଣ ଫୁଟାଉଥିବା ବେଳେ ନିଆଁ ଲାଗିବା ଫଳରେ ପାଖରେ ଥିବା ସମସ୍ତ ଲୋକ ଜଳି ଯାଇଥିଲେ।

ସମସ୍ତ ଆହତଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ଗୁରୁତର ଆହତଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି।

ଟାଉନ ଥାନା ଆଇଆଇସି କହିଛନ୍ତି,ଆମେ ସମସ୍ତ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲକୁ ଆଣିଥିଲୁ। ପ୍ରାୟ ସମସ୍ତେ  କଟକ ସ୍ଥାନାନ୍ତର ହୋଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଥିବା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି, ସମସ୍ତ ଆହତ ଯଥାଶୀଘ୍ର ଆରୋଗ୍ୟ ହେବେ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷତିପୂରଣ ଘୋଷଣା କରିବା ସହ ଆହତଙ୍କ ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ରାଜକୋଷରୁ ବହନ କରିବାକୁ ଦାବି କରିଛନ୍ତି।

କଟକରୁ ମିଳିଥିବା ସୂଚନା ଅନୁଯାୟୀ, ଅନେକଙ୍କ ଅବସ୍ଥା ଅତି ଗୁରୁତର ରହିଛି। ସେମାନଙ୍କୁ ପ୍ରଥମେ କାଜୁଆଲଟିରେ ଆଶୁ ଚିକିତ୍ସା ଯୋଗାଇବା ପରେ ଆଇସିୟୁ , ସେଣ୍ଟ୍ରାଲ ଆଇସିୟୁକୁ ସେମାନଙ୍କୁ ପଠେଇ ଦିଆଯାଇଛି। ବର୍ତ୍ତମାନ ମେଡିକାଲର ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ସମସ୍ତଙ୍କ ଚିକିତ୍ସା କରୁଛନ୍ତି।

ଏସସିବି ଚିକିତ୍ସା ଯୋଗାଇ ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି ଏସିବି ପ୍ରଶାସନିକ ଅଧିକାରୀ। ଅନ୍ୟପଟେ ଏହି ଅଘଟଣରେ ପୀଡିତ ମାନଙ୍କୁ ଭେଟିଛନ୍ତି କେନ୍ଦ୍ରାପଡା ସ୍ତାନୀୟ ବିଧାୟକ ଶଶୀଭୂଷଣ ବେହେରା। ଚିକିତ୍ସା ବାବଦରେ ପଚାରି ବୁଝିବା ସହ ସମସ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Leave A Reply

Your email address will not be published.