Latest Odisha News

BREAKING NEWS

ଶାଢୀ ବେପାରୀଙ୍କ ଠାରୁ ୪୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ବରଗଡ: ଦିନକୁ ଦିନ ବରଗଡ ଜିଲ୍ଲାରେ ନିଶା କାରବାର ବଢ଼ି ବଢ଼ି ଚାଲିଥିବା ବେଳେ ଅତ୍ୟଧିକ ତତ୍ପର ହୋଇଛି ବରଗଡ ପୋଲିସ l ବରଗଡ଼ ଏସପିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ନିଶାକାରବାର କରୁଥିବା ବେପାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତେବେ ଆଜି ଶାଢ଼ୀ ବିକ୍ରି କରିବା ବାହାନାରେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଜଣ ଦୁର୍ବୁତ୍ତକୁ ଗିରଫ କରିଛି ବରଗଡ଼ ଟାଉନ ପୋଲିସ । ବରଗଡ଼ ପ୍ରାଇଭେଟ ବସ୍ ଷ୍ଟାଣ୍ଡ ରାସ୍ତାରେ ପୋଲିସ ଦୁଇ ଜଣକୁ କାବୁ କରିବା ସହ ସେମାନଙ୍କ ନିକଟରୁ ୪୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶ କାନପୁର ରୁ ଦୁଇ ଜଣ ଦୁର୍ବୁତ୍ତ ଭବାନୀପାଟଣାରୁ ବରଗଡ଼କୁ ଗଞ୍ଜେଇ ଆଣୁଥିବା ବେଳେ ପ୍ରାଇଭେଟ୍ ବସଷ୍ଟାଣ୍ଡ ରାସ୍ତାରେ ଗଞ୍ଜେଇ ଜବତ କରିଛି ପୋଲିସ । ଏନେଇ ବରଗଡ଼ ଟାଉନ ଥାନା ପକ୍ଷରୁ ଏକ କେସ୍ ରୁଜୁ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।

 

Leave A Reply

Your email address will not be published.