Latest Odisha News

BREAKING NEWS

ହଠାତ ଆକାଶ କଳା ହୋଇଗଲା, ପୃଥିବୀର ଅନ୍ତ ନେଇ ଭୟଭୀତ ହୋଇଗଲେ ମେକ୍ସିକୋବାସୀ

ନୂଆଦିଲ୍ଲୀ: ପୃଥିବୀର ଅନ୍ତ କିପରି ହେବ ସେ ନେଇ ଅନେକ ଦେଶରେ ଭିନ୍ନ ଭିନ୍ନ ଭୟଙ୍କର ଭବିଷ୍ୟବାଣୀ କରାଯାଇଛି । ଏହା କିପରି ଆରମ୍ଭ ହେବ ସେ ନେଇ ମଧ୍ୟ ସଙ୍କେତ ଦିଆଯାଇଛି । ନିକଟରେ ମେକ୍ସିକୋ ଆକାଶ ହଠାତ କଳା ହୋଇଯାଇଥିଲା । ମୋରିଡାର ସ୍ଥାନୀୟ ବାସିନ୍ଦା ଏ ନେଇ ଭୟଭୀତ ହୋଇ ପଡିଥିଲେ । ସବୁ କିଛି ଠିକଠାକ ଥିଲା ହଠାତ କିପରି ଅନ୍ଧକାରମୟ ପରିବେଶ ହୋଇଗଲା କି? ବାଇବେଲରେ କରାଯାଇଥିବା ଭବିଷ୍ୟବାଣୀ କଣ ସତ ହେବାକୁ ଯାଉଛି ? ଦୁନିଆ ଶେଷ ହେବା ପୂର୍ବରୁ ପ୍ରାୟଶ୍ଚିତ କରିବା ଉଚିତ ବୋଲି କେତେକ ଭାବି ନେଇଥିଲେ । ଏ ଭଳି ଅନେକ ଚିନ୍ତା ସେମାନଙ୍କ ମନକୁ ଘାରିବାକୁ ଲାଗିଲା ।

ରାଜ୍ୟ ଗ୍ରାମୀଣ ବିକାଶ ବିଭାଗ ଏ ନେଇ ତତ୍ପରତା ଦେଖାଇଥିଲେ । ସେ ସ୍ଥାନୀୟ ବାସିନ୍ଦାଙ୍କୁ ବୁଝାଇଥିଲେ ଯେ, ହଠାତ ପଙ୍ଗପାଳ ଦଳ ସହର ମଧ୍ୟକୁ ପ୍ରବେଶ କରିବାରୁ ଏ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ପଙ୍ଗପାଳ ଏକତ୍ର ଆସିବା ବେଳେ ସୂର୍ଯ୍ୟକିରଣ ମଧ୍ୟ ଲୁଚି ଯାଇଥାଏ । ଆପଣମାନେ ପଙ୍ଗପାଳଙ୍କୁ ଦେଖି ଭୟ କରିବା ଆବଶ୍ୟକ ନାହିଁ । ସେମାନେ ପାଖ ଜଙ୍ଗଲରୁ ଆସିଛନ୍ତି ଏବଂ ଖୁବ ଶୀଘ୍ର ଫେରିଯିବେ । ଏହି ଘଟଣା ସୋସିଆଲ ମିଡିଆରେ ବେଶ ଚର୍ଚ୍ଚିତ ହୋଇଥିଲା ।

Leave A Reply

Your email address will not be published.