Latest Odisha News

BREAKING NEWS

ଅପମିଶ୍ରିତ ଅଟା ଖାଇ ୪୦୦ ଲୋକ ଅସୁସ୍ଥ

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର କଲ୍ୟାଣପୁରୀ ଅଞ୍ଚଳର ଅତି କମରେ ୪୦୦ ଲୋକ ବାନ୍ତି ଏବଂ ଚେତା ହରାଇବା ପରେ ମଙ୍ଗଳବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅପମିଶ୍ରିତ ଅଟା ଖାଇବା ପରେ ସେମାନେ ଅସୁସ୍ଥ ହୋଇପଡିଥିବା ଡାକ୍ତର ସନ୍ଦେହ କରୁଥିବା ସୂଚନା ମିଳିଛି।

ତେବେ ଉପଯୁକ୍ତ ସମୟରେ ଡାକ୍ତରଙ୍କ ଚିକିତ୍ସା ଯୋଗୁ କୌଣସି ପ୍ରାଣହାନୀ ହୋଇ ନଥିବା ସୂଚନା ମିଳିଛି।

ଖାଦ୍ୟ ବିଷାକ୍ତ ଲକ୍ଷଣ ଥିବା ସମସ୍ତ ରୋଗୀ କହିଛନ୍ତି ଯେ ସେମାନେ ରାତ୍ରୀ ଭୋଜନରେ କୁଟୁ କା ଆଟା ଖାଇଛନ୍ତି। କୁଟୁ କା ଆଟା କିମ୍ବା ବକହ୍ବିଟ୍‌ ହେଉଛି ଏକ ସାଧାରଣ ଅଟା ଯାହା ଭାରତରେ ନବରାତ୍ରୀ ଉତ୍ସବରେ ସମୟରେ ଖିଆଯାଇଥାଏ।

ଦିଲ୍ଲୀ ପୋଲିସ କହିଛି ଯେ ଏ ଘଟଣାର ତଦନ୍ତ ଆରମ୍ଭ କରିଛି।

ଉଲ୍ଲେଖ ଥାଉ କି, ଏହା ପ୍ରଥମ ଘଟଣା ନୁହେଁ ୨୦୧୧ରେ, ଦିଲ୍ଲୀରେ ୨୦୦ ରୁ ଅଧିକ ଲୋକ ଅପମିଶ୍ରିତ ଅଟା ଖଶିବା ପରେ ଅସୁସ୍ଥ ହୋଇପଡିଥିଲେ।

Leave A Reply

Your email address will not be published.