Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ୪୩୮୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩୮୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧାରୁ ୭୭୦, କଟକରୁ ୫୫୮, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ୨୩୩ ଜଣ ଲେଖାଏଁ, ଯାଜପୁରରୁ ୧୯୮ ଜଣ, ପୁରୀରୁ ୧୯୨ ଜଣ, ଝାରସୁଗୁଡ଼ାରୁ ୧୬୮ ଜଣ, ମୟୂରଭଞ୍ଜରୁ ୧୫୫ ଜଣ, ବରଗଡ଼ରୁ ୧୩୫ ଜଣ, କେନ୍ଦ୍ରାପଡ଼ାରୁ ୧୨୪ ଜଣ, ବାଲେଶ୍ୱରରୁ ୧୨୨ ଜଣ,ଅନୁଗୁଳରୁ ୧୧୯ ଜଣ, ସମ୍ବଲପୁରରୁ ୧୧୩ ଜଣ, ନୟାଗଡ଼ରୁ ୧୦୩ ଜଣ ଓ କଳାହାଣ୍ଡିରୁ ୧୦୨ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ସେହିପରି ଢେଙ୍କାନାଳରୁ ୯୦ ଜଣ, ନବରଂଗପୁରରୁ ୮୨ ଜଣ, ନୂଆପଡ଼ାରୁ ୭୬ ଜଣ, ସୋନପୁରରୁ ୭୫ ଜଣ, କେନ୍ଦୁଝରରୁ ୭୨ ଜଣ, କନ୍ଧମାଳରୁ ୬୧ ଜଣ, ଭଦ୍ରକରୁ ୬୦ ଜଣ, କୋରାପୁଟରୁ ୫୩ ଜଣ, ବଲାଙ୍ଗୀରରୁ ୪୯ ଜଣ, ମାଲକାନଗିରି ରୁ ୪୬ ଜଣ, ରାୟଗଡ଼ା ଓ ଗଞ୍ଜାମରୁ ୪୨ ଜଣ ଲେଖାଏଁ, ବୌଦ୍ଧରୁ ୩୮ ଜଣ, ଦେବଗଡ଼ରୁ ୨୦ ଜଣ, ଗଜପତିରୁ ୧୨ ଜଣ ଓ ରାଜ୍ୟପୁଲରୁ ୨୩୭ ଜଣ ଆରୋଗ୍ୟ ଲାଭ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୧୯୦୦୮୦ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି ।

Leave A Reply

Your email address will not be published.