Latest Odisha News

BREAKING NEWS

ଭାରତରେ ପହଂଚିଲା ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ବି୭୭୭ ବିମାନ

ନୂଆଦିଲ୍ଲୀ: ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବି୭୭୭ ବିମାନ ଆମେରିକାରୁ ଆସି ଦିଲ୍ଲୀରେ ପଂହଚିଛି । ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଏହି ବିମାନକୁ ସ୍ୱତନ୍ତ୍ର ଭାବେ ନିର୍ମାଣ କରାଯାଇଛି । ୨୦୧୮ରେ ବିମାନ ନିର୍ମାତା ବୋଇଙ୍ଗ କମ୍ପାନୀ ସହ ଏଥିନେଇ ଡିଲ୍ କରାଯାଇଥିଲା । କେତେକ ବୈଷୟିକ ତ୍ରୁଟି ଯୋଗୁ ଏହାର ଭାରତ ପଂହଚିବାରେ ବିଳମ୍ବ ହୋଇଥିଲା । ଏହାର ନାମ ଏୟାର ଇଣ୍ଡିଆ ୱାନ ରଖାଯାଇଛି ।

ଭାରତୀୟ ବାୟୁସେନାର ପାଇଲଟ ଏହି ବିମାନ ଉଡାଇବେ । ବିମାନକୁ ସମସ୍ତ ପ୍ରକାର ସୁରକ୍ଷା ଉପକରଣରେ ଆଚ୍ଛାଦିତ କରାଯାଇଛି । ଶତ୍ରୁର ରାଡାର ସଙ୍କେତ ଏହାକୁ ଧରିପାରିବ ନାହିଁ । ସାଟେଲାଇଟ ସହ ଏହାର ଲିଙ୍କ କରାଯାଇଥିବାରୁ ସମସ୍ତ ତଥ୍ୟ ସୁରକ୍ଷା କର୍ମୀଙ୍କ ନିକଟରେ ପଂହଚିବ । ବିମାନରେ ମିସାଇଲ ମଧ୍ୟ ରହିଛି ।

Leave A Reply

Your email address will not be published.